ଆଉ ନାହାନ୍ତି ବିବାଦୀୟ ସୁର ବାବା, ପାର୍ଥିବ ଶରୀରକୁ ଦର୍ଶନ କରୁଛନ୍ତି ସମର୍ଥକ
ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି ।
ଭୁବନେଶ୍ୱର: ପରଲୋକରେ ବିବାଦୀୟ ସୁର ବାବା । ତ୍ରାହି ଅଚ୍ୟୁତ ଆଶ୍ରମର ପ୍ରତିଷ୍ଠାତା ସୁର ବାବା ଓରଫ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ବହୁଦିନ ଧରି ଚିକିତ୍ସିତ ହେଉଥିଲେ। ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି ।

ତେବେ ସାରଥୀ ବାବା ବିବାଦ ସମୟରେ ସୁର ବାବା ମଧ୍ୟ ବିବାଦ ଘେରକୁ ଆସିଥିଲେ । ସୁର ବାବା ସାରଥି ପରି ଜଣେ ଭଣ୍ଡ ବୋଲି କହି ଆଶ୍ରମରେ ବ୍ୟାପକ ଭଙ୍ଗା ରୁଜା କରିଥିଲେ ଲୋକେ । ପରେ ଅନୁସନ୍ଧାନ ବେଳେ ସୁର ମିଶ୍ରଙ୍କ ନାଁରେ ୮୪ ଏକର ଜମି ଠାବ କରିଥିଲା କ୍ରାଇମବ୍ରାଞ୍ଚ । ସୁର ବାବା ସମେତ ତାଙ୍କର ୨ ପୁଅ ଜମି ଓ ଆଶ୍ରମ କେଲେଙ୍କାରୀ ମାମଲାରେ ୩୧ ଅଗଷ୍ଟ ୨୦୧୫ରେ ଗିରଫ ହୋଇଥିଲେ । ପରେ ସୁପ୍ରମକୋର୍ଟରୁ ଜାମିନ ପାଇ ଡିସେମ୍ବର ୧ରେ ଆଶ୍ରମକୁ କମବ୍ୟାକ କରିଥିଲେ ସୁର ବାବା ।
ଆଜି ତାଙ୍କ ବିୟୋଗରେ ଆଶ୍ରମରେ ତାଙ୍କ ପାର୍ଥିବ ଶରୀରକୁ ଦର୍ଶନ କରୁଛନ୍ତି ତାଙ୍କ ସମର୍ଥକ ।












Click it and Unblock the Notifications