ଅଜିତ ପାୱରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ, ବାରମତି ଆସନରେ ଆସିପାରେ ଟୁଇଷ୍ଟ
Lok Sabha Election 2024: ଲୋକସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ବାରମତିରେ ଆସନରେ ମତଦାନ ଜାରି ରହିଛି । ଏହି ଲୋକସଭା ନିର୍ବାଚନମଣ୍ଡଳୀରୁ ଶରଦ ପାୱାରଙ୍କ ଦଳର ପ୍ରାର୍ଥୀ ସୁପ୍ରିୟା ସୁଲେ କାଟେୱାଡିରେ ଅଜିତ ପାୱାରଙ୍କ ଘରେ ପହଞ୍ଚିଛନ୍ତି। ଅଜିତ ପାୱାର ଏବଂ ତାଙ୍କ ମା' କାଟେୱାଡିରେ ଅଛନ୍ତି, ସୁପ୍ରିୟା ସୁଲେ ସେମାନଙ୍କୁ ଭେଟିବା ପାଇଁ ଯାଇଥିବା ନେଇ ସୂଚନା ରହିଛି ।
ଏହି ଗସ୍ତ ବାରମତି ରାଜନୀତିରେ ଏକ ପ୍ରମୁଖ ମୋଡ଼ ନେବାକୁ ଯାଉଛି । ବାରାମାତିରେ ସୁପ୍ରିୟା ସୁଲେ ବନାମ ସୁନେତ୍ରା ପାୱାର କଡା ଟକ୍କର ହେବାର ସମ୍ଭବାନା ରହିଛି । ସକାଳୁ ସକାଳୁ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର, ବାରାମତୀରୁ ଏନସିପି ପ୍ରାର୍ଥୀ ଥିବା ତାଙ୍କ ପତ୍ନୀ ସୁନେତ୍ରା ପାୱାର ଏବଂ ତାଙ୍କ ମାତା ଆଶା ପାୱାର ଭୋଟ୍ ଦେବା ପାଇଁ ପହଞ୍ଚିଥିଲେ । ସେ ପୁଣେ ଜିଲ୍ଲାର ବାରାମତୀ ଲୋକସଭା ନିର୍ବାଚନମଣ୍ଡଳୀରେ ଏକ ମତଦାନ ବୁଥରେ ମତଦାନ କରିଥିଲେ।

ବାରାମତୀରେ ସୁନେତ୍ରା ପାୱାରଙ୍କ ପ୍ରତିଦ୍ୱନ୍ଦିତା ସାଂସଦ ସୁପ୍ରିୟା ସୁଲେଙ୍କ ସହ ରହିଛି । ବାରାମତୀରେ ଏନସିପି ମୁଖ୍ୟ ଶରଦ ପାୱାର, ତାଙ୍କ ପତ୍ନୀ ପ୍ରତୀଭା, ଝିଅ ସୁପ୍ରିୟା ସୁଲେ ଏବଂ ତାଙ୍କ ପରିବାର, ବିଧାୟକ ରୋହିତ ପାୱାର ଏବଂ ତାଙ୍କ ପରିବାର ମଧ୍ୟ ଭୋଟ୍ ଦେଇଛନ୍ତି । ସେହିପରି ଅଭିନେତା ଦମ୍ପତି ରିତେଶ ଦେଶମୁଖ ଏବଂ ଜେନେଲିଆ ଦେଶମୁଖ ଲାତୁରରେ ଭୋଟ୍ ଦେଇଥିବାବେଳେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ସିନ୍ଧୁଦୁର୍ଗରେ ଭୋଟ୍ ଦେଇଛନ୍ତି।












Click it and Unblock the Notifications