ଗ୍ରାହାମ ଷ୍ଟେନ୍ସ ହତ୍ୟା; ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ୨୪ ବର୍ଷ ପରେ ମୁକ୍ତି ଆବେଦନ କରିଛି ଦାରା ସିଂ

ଗ୍ରାହାମ ଷ୍ଟେନ୍ସ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଜବାବ ତଲବ । ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଲେ ସୁପ୍ରିମକୋର୍ଟ । ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଦାରା ସିଂର ମୁକ୍ତି ଆବେଦନ ଉପରେ ଜବାବ ମାଗିଲେ କୋର୍ଟ । ୨୪ ବର୍ଷର ଜେଲ୍‌ ଜୀବନ ପରେ ମୁକ୍ତି ଆବେଦନ କରିଛି ଦାରା ସିଂ। ୧୯୯୯ରେ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କୁ ପୋଡ଼ି ମାରିଥିଲା ଦାରା ।

ସୂଚନାଯୋଗ୍ୟ, ୧୯୯୯ ମସିହାରେ କେନ୍ଦୁଝର ଜିଲ୍ଲା ମନୋହରପୁର ଗ୍ରାମରେ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜୀବନ୍ତ ଅବସ୍ଥାରେ ପୋଡ଼ି ହତ୍ୟା କରାଯାଇଥିଲା। ଏହ‌ି ମାମଲାରେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ସଜା କାଟୁଥିବା ବେଳେ ଏହି ଘଟଣାକୁ ପ୍ରାୟ ଅନେକେ ଭୁଲି ଯାଇଥିଲେ। ଏହି ଜଘନ୍ୟ ହତ୍ୟା ମାମଲାରେ ବୁଦ୍ଧଦେବ ଦାରା ସିଂର ଘନିଷ୍ଠ ସହଯୋଗୀ ଥିଲା। ମାତ୍ର ସିବିଆଇ ନଜରରେ ସେ ଫେରାର୍‌ ଥିଲା। ଆଉ ଗିରଫ ଭୟ ନ ଥିବା ଭାବି ବୁଦ୍ଧଦେବ ତା'ର ନିଜ ଘରେ ରହି ଆସୁଥିଲା।

Dara Singh ON Graham Staines MURDER

ଅଷ୍ଟ୍ରେଲୀୟ ମିସନାରୀ ଗ୍ରାହାମ ଷ୍ଟେନ୍‌ସ ଓ ତାଙ୍କ ଦୁଇ ଶିଶୁପୁତ୍ରର ହତ୍ୟା ମାମଲାରେ ଜଡ଼ିତ ଥିବା ଦାରା ସି˚ର ଜଣେ ଘନିଷ୍ଠ ସହଯୋଗୀ ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅଧୀନ ଭରଣ୍ଡିଆ ପଞ୍ଚାୟତ ନିଶ୍ଚିତପୁର ଗ୍ରାମର ବୁଦ୍ଧଦେବ ନାଏକଙ୍କୁ ଦୀର୍ଘ ୨୦ ବର୍ଷ ପରେ ସିବିଆଇ ୨୦୧୯ରେ ଗିରଫ କରିଥିଲା ।

୧୯୯୯ ମସିହା ଜାନୁଆରି ୨୨ରେ କେନ୍ଦୁଝର ଆନନ୍ଦପୁର ଥାନା ମନୋହରପୁର ଗ୍ରାମ ଚର୍ଚ୍ଚ ସମ୍ନାରେ ଅଷ୍ଟ୍ରେଲିୟା ମିଶନାରୀ ଗ୍ରାହମ ଷ୍ଟେନ୍ସ ଓ ତାଙ୍କର ଦୁଇ ନାବାଳକ ପୁତ୍ରଙ୍କୁ ଦାରା ସିଂହ ଓ ତାର ସହଯୋଗୀମାନେ ଜୀଅନ୍ତା ଜାଳି ଦେଇଥିଲେ। ଏହାପରେ ଦାରା ସିଂହଙ୍କ ସହଯୋଗୀମାନେ ଫେରାର ଥିଲେ। ତେବେ ଓଡ଼ିଶା ସରକାରଙ୍କଠାରୁ ଜବାବ ମାଗିଛନ୍ତି ସୁପ୍ରିମକୋର୍ଟ । ୬ ସପ୍ତାହ ଭିତରେ ଜବାବ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଦାରା ସିଂର ମୁକ୍ତି ଆବେଦନ ଉପରେ ଜବାବ ମାଗିଛନ୍ତି କୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+