ଧାରା ୩୭୦ ଉଚ୍ଛେଦ ମାମଲାରେ ସୁପ୍ରିମକୋର୍ଟର ଶୁଣାଣି ଶେଷ, ରାୟକୁ ସଂରକ୍ଷିତ ରଖିଲେ ସୁପ୍ରିମ୍ ଅଦାଲତ
ନୂଆଦିଲ୍ଲୀ: ଧାରା 370 ପ୍ରସଙ୍ଗରେ ସୁପ୍ରିମକୋର୍ଟ ଶୁଣାଣି ଶେଷ କରିଛନ୍ତି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ 5 ଜଣିଆ ଖଣ୍ତପୀଠ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି । ଜାମ୍ମୁକାଶ୍ମୀରରୁ ଧାର 370 ହଟେଇବାକୁ ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଯାହା ଉପରେ ଗତ ୧୬ ଦିନ ଧରି ଶୁଣାଣି ଚାଲିଥିଲା ।
ସୂଚନାଥାଉ ଯେ, ମୁଖ୍ୟ ବିଚାରପତି ଜଷ୍ଟିସ ତିୱାଇ ଚନ୍ଦ୍ରଚୂଡଙ୍କ ସହ ୫ ଜଣିଆ ଖଣ୍ତପୀଠ ଏହି ମାମଲାର ଶୁଣାଣି କରୁଥିଲେ । ମୁଖ୍ୟ ବିଚାରପଚିଙ୍କ ସହିତ ନ୍ୟାୟମୂର୍ତ୍ତି ଏସକ କୌଲ, ସଞ୍ଜୀବ ଖାନ୍ନା, ବିଆର ଗଭାଇ ଏବଂ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଏହି ମାମଲାର ଶୁଣାଣି କରୁଥିଲେ । ଧାର 370 ହଟେଇବାକୁ ଏବଂ ଜମ୍ମୁ-କଶ୍ମୀରର ଦୁଇ ରାଜ୍ୟକୁ ଦୁଇ ୟୁନିଅନ୍ ଟେରିଟୋରୀରେ ବିଭକ୍ତ କରିବାକୁ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି ଶେଷ କରିଛନ୍ତି। ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଶୁଣାଣି ପରେ ଏହି ମାମଲାରେ ନିଜର ରାୟ ସଂରକ୍ଷିତ ରଖିଛି।

ସମ୍ବିଧାନର ଧାରା ୩୭୦ ପୂର୍ବରୁ ଜାମ୍ମୁକାଶ୍ମୀରକୁ ସ୍ପେଶାଲ ଷ୍ଟାଟସ୍ ପ୍ରଦାନ କରୁଥିଲା । ହେଲେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଏହାକୁ ହଟେଇ ଦେଇଥିଲେ । ଏହାପରେ ଜାମ୍ମୁକାଶ୍ମୀର ଏବଂ ଲଦାଖର ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବାଣ୍ଟି ଦିଆଯାଇଥିଲା ।












Click it and Unblock the Notifications