ସୁପ୍ରିମକୋର୍ଟ କଲେଜିୟମଙ୍କ ବଡ ନିଷ୍ପତ୍ତି ; ୭ ହାଇକୋର୍ଟ ବିଚାରପତିଙ୍କ ବଦଳି ପାଇଁ କଲେ ସୁପାରିଶ, ଓଡ଼ିଶା ଆସିବେ....

ଅନ୍ତର୍ଭୁକ୍ତି, ବିବିଧତା ଏବଂ ନ୍ୟାୟ ପ୍ରଶାସନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ସୁପ୍ରିମକୋର୍ଟ କଲେଜିୟମ ଦେଶର ବିଭିନ୍ନ ହାଇକୋର୍ଟରେ ସାତ ଜଣ ବିଚାରପତିଙ୍କୁ ସ୍ଥାନାନ୍ତର କରିବାକୁ ସୁପାରିଶ କରିଛନ୍ତି। ଏହି ବିଚାରପତିମାନଙ୍କ ମଧ୍ୟରୁ ପାଞ୍ଚ ଜଣ ବର୍ତ୍ତମାନ କର୍ଣ୍ଣାଟକ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି।
କଲେଜିୟମ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି, ଏହି ସ୍ଥାନାନ୍ତର ସୁପାରିଶ କରିବାର ନିଷ୍ପତ୍ତି ନ୍ୟାୟପାଳିକାରେ "ବିବିଧତା ବୃଦ୍ଧି କରିବା" ଏବଂ ନ୍ୟାୟିକ ପ୍ରଶାସନର ସାମଗ୍ରିକ ଗୁଣବତ୍ତା ବୃଦ୍ଧି କରିବା ଉଦ୍ଦେଶ୍ୟ ଦ୍ୱାରା ପରିଚାଳିତ।

Supreme Court
ବଦଳି ହେବାକୁ ଥିବା ବିଚାରପତି:
୧-ଜଷ୍ଟିସ ହେମନ ଚନ୍ଦନଗୌଦର - କର୍ଣ୍ଣାଟକ ହାଇକୋର୍ଟରୁ ମାଡ୍ରାସ ହାଇକୋର୍ଟକୁ।
୨-ଜଷ୍ଟିସ କୃଷ୍ଣନ ନଟରାଜନ - କର୍ଣ୍ଣାଟକ ହାଇକୋର୍ଟରୁ କେରଳ ହାଇକୋର୍ଟକୁ।
୩-ଜଷ୍ଟିସ ନେରନହଲ୍ଲି ଶ୍ରୀନିବାସନ ସଞ୍ଜୟ ଗୌଡା - କର୍ଣ୍ଣାଟକ ହାଇକୋର୍ଟରୁ ଗୁଜରାଟ ହାଇକୋର୍ଟକୁ।
୪-ଜଷ୍ଟିସ ପେରୁଗୁ ଶ୍ରୀ ସୁଧା - ତେଲେଙ୍ଗାନା ହାଇକୋର୍ଟରୁ କର୍ଣ୍ଣାଟକକୁ
୫-ବିଚାରପତି କାସୋଜୁ ସୁରେନ୍ଧର @ କେ. ସୁରେନ୍ଦର - ତେଲେଙ୍ଗାନା ହାଇକୋର୍ଟରୁ ମାଡ୍ରାସ ହାଇକୋର୍ଟକୁ।
୬-ଜଷ୍ଟିସ ଡକ୍ଟର କୁମ୍ଭଜଦଲା ମନମାଧା ରାଓ - ଆନ୍ଧ୍ର ପ୍ରଦେଶ ହାଇକୋର୍ଟରୁ କର୍ଣ୍ଣାଟକ ହାଇକୋର୍ଟକୁ।
୭-ଜଷ୍ଟିସ ଦୀକ୍ଷିତ କୃଷ୍ଣ ଶ୍ରୀପାଦ - କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ।
କଲେଜିୟମ୍‌ଙ୍କ ସୁପାରିଶ ବିଭିନ୍ନ ହାଇକୋର୍ଟରେ ସନ୍ତୁଳିତ ନ୍ୟାୟିକ ପ୍ରତିନିଧିତ୍ୱ ସୁନିଶ୍ଚିତ କରିବା ଏବଂ ନ୍ୟାୟିକ କାର୍ଯ୍ୟରେ ଦକ୍ଷତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ଜାରି ପ୍ରୟାସରେ ଆଉ ଏକ ପଦକ୍ଷେପ। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଦ୍ୱାରା ବିଜ୍ଞପ୍ତି ଜାରି ହେବା ପରେ ଏହି ବଦଳି କାର୍ଯ୍ୟକାରୀ ହେବ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+