ଆପଣ ଜାଣନ୍ତି କି, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେଉଛନ୍ତି ଓଡିଶା ଜ୍ୱାଇଁ

ଭୁବନେଶ୍ବର: ଭାରତର ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୁଡ ବା ଧନଞ୍ଜୟ ଯଶବନ୍ତ ଚନ୍ଦ୍ରଚୁଡ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ । କଟକ ଜୁଡିସିୟାଲ ଏକାଡେମୀରେ ଆୟୋଜିତ ପେପରଲେସ କୋର୍ଟ ସଂପର୍କିତ ଆଲୋଚନା ଚକ୍ରରେ ଭାଗ ନେଇଥିଲେ। ତେବେ ସେହି ଆଲୋଚନା ଚକ୍ରରେ ମୁଖ୍ୟ ବିଚାରପତି ଏକ ଖୋଲାସା କରିଥିଲେ ।

ପ୍ରଧାନ ବିଚାରପତି ନିଜର ଅଭିଭାଷଣ ରଖି କହିଥିଲେ ଯେ, ମୁଁ ଅନେକ ବାର ଓଡିଶା ଆସିବାର ସୁଯୋଗ ମିଳିଥାଏ । ବହୁ ସମୟରେ କଟକ ଓ ଭୁବନେଶ୍ୱର ଆସେ । କାହିଁକି ନାଁ ମୁଁ ଓଡ଼ିଶାର ଜ୍ୱାଇଁ । ମୋ ପତ୍ନୀ ଜଣେ ଓଡ଼ିଆ । ସେ ଓଡିଶା ଜୋଇଁ ହିସାବରେ ଗର୍ବ ଅନୁଭବ କରନ୍ତି ।

Chief Justice

ପ୍ରକୃତରେ ମୁଖ୍ୟ ବିଚାରପତିଙ୍କ ବର୍ତ୍ତମାନ ଧର୍ମପତ୍ନୀ ହେଉଛନ୍ତି କଟକର ଏବଂ ତାଙ୍କ ନାମ ହେଉଛି କଳ୍ପନା ଦାସ । ଜଷ୍ଟିସ ଚନ୍ଦ୍ରଚୁଡଙ୍କ ପ୍ରଥମ ପତ୍ନୀଙ୍କ ନାମ ହେଉଛି ରଶ୍ମୀ ଚନ୍ଦ୍ରଚୁଡ । ସେ 2007 ମସିହାରେ କ୍ୟାନସର ରୋଗରେ ମୃତ୍ୟୁ ବରଣ କରିବା ପରେ କଳ୍ପନାଙ୍କୁ ବିବାହ କରିଛନ୍ତି । କଳ୍ପନା ହେଉଛନ୍ତି ପେଶାରେ ଜଣେ ଓକିଲ ଏବଂ ସେ ପୂର୍ବରୁ ବ୍ରିଟସ କାଉନସିଲରେ କାମ କରୁଥିଲେ ।

ଜଷ୍ଟିସ ଚନ୍ଦ୍ରଚୁଡଙ୍କ ପ୍ରଥମ ପତ୍ନୀ ରଶ୍ମୀଙ୍କର ଦୁଇ ପୁଅ ଅଛନ୍ତି । ତାଙ୍କ ନାମ ହେଲା ଅଭିନବ ଏବଂ ଚିନ୍ତନ । ଦୁଇଜଣ ଓକିଲାତି କରୁଛନ୍ତି । ବଡ ପୁଅ ଅଭିନବ ବମ୍ବେ ହାଇକୋର୍ଟରେ ଓକିଲାତି କରୁଛନ୍ତି । ସେ ଆଇନି ସଂପର୍କରେ କେତେକ ବହି ମଧ୍ୟ ଲେଖିଛନ୍ତି । ସେ ପ୍ରତିଷ୍ଠିତ ଓକିଲ ସୋଲି ସୋରାବଜୀଙ୍କ ଜୀବନୀ ଇଂରାଜୀରେ ଲେଖିଛନ୍ତି । ସାନପୁଅ ଚିନ୍ତନ ଲଣ୍ଡନରେ ଏକ ଆଇନି ଫାର୍ମ ପରିଚାଳନା କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+