For Quick Alerts
Turn On Notification  
For Daily Alerts
Oneindia App Download

କୋଟିଆ ମାମଲା : ପ୍ରତି ଜବାବ ରଖିବାକୁ ଓଡ଼ିଶାକୁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

କୋଟିଆ ମାମଲାରେ ଓଡ଼ିଶା ସରକାରଙ୍କ ଦ୍ବାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତି ଜବାବ ଦାଖଲ କରିବାକୁ ଓଡ଼ିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ

|

ନୂଆଦିଲ୍ଲୀ । କୋଟିଆ ମାମଲାରେ ଓଡ଼ିଶା ସରକାରଙ୍କ ଦ୍ବାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତି ଜବାବ ଦାଖଲ କରିବାକୁ ଓଡ଼ିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନାଥାଉକି, କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନ ପ୍ରତିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଓଡ଼ିଶା ପକ୍ଷ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମ ପାଖରେ ପର୍ଯ୍ୟାପ୍ତ ତଥ୍ୟ ରହିଛି । 1936 ମସିହା ପରଠାରୁ ଆମ ପାଖରେ ସମସ୍ତ ତଥ୍ୟ ରହିଛି ।

କୋଟିଆ

ଆନ୍ଧ୍ର ଦାଖଲ କରିଥିବା ସମସ୍ତ ଡକ୍ୟୁମେଣ୍ଟ ମିଛ ବୋଲି ସେ କହିଛନ୍ତି । ଆନ୍ଧ୍ରର ସତ୍ୟପାଠ ଦାଖଲ ପରେ ଓଡ଼ିଶା ତାକୁ କାଉଣ୍ଟର କରିଥିଲା । 2011 ର କେନ୍ଦ୍ରର ଜନଗଣନା, 2014 ଓ 2019 ନିର୍ବାଚନର ତଥ୍ୟ, ସେଠାରେ ଲୋକଙ୍କ ପାଇଁ ଓଡ଼ିଶା ତରଫରୁ ବିକାଶମୂଳକ କାମ ପାଇଁ ମନରେଗା, ବିଜୁ ପକ୍କା ଘର ଯୋଜନା, ସ୍କୁଲ ଭଳି ଅନେକ ତଥ୍ୟକୁ ଅଧାର କରି ଓଡ଼ିଶା ନିଜ ପକ୍ଷ ରଖିଛି ବୋଲି ସେ କହିଛନ୍ତି । ଏନେଇ ଦିଲ୍ଲୀରେ ଓଡ଼ିଶା ଲିଗାଲ ଟିମ୍ ର ମଧ୍ୟ ବୈଠକ ହୋଇଥିଲା । ଓଡ଼ିଶାର ଅବମାନନା ପଟିସନକୁ ଯୁକ୍ତିଯୁକ୍ତ ନୁହେଁ ବୋଲି ଆନ୍ଧ୍ର ଯେଉଁ ସତ୍ୟପାଠ ଦାଖଲ କରିଛି ତାକୁ ଖଣ୍ଡନ କରିଛି ଓଡ଼ିଶା । ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦ, ବିଶେଷକରି କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗ୍ରାମଗୁଡିକ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ନିଜର ବୋଲି ମତ ରଖୁଥିଲେ । ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛି ଓଡ଼ିଶା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Supreme Court Allows Odisha 4 Weeks to File Rejoinder in Kotia Issue
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X