କୋଟିଆ ମାମଲା : ପ୍ରତି ଜବାବ ରଖିବାକୁ ଓଡ଼ିଶାକୁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ
କୋଟିଆ ମାମଲାରେ ଓଡ଼ିଶା ସରକାରଙ୍କ ଦ୍ବାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତି ଜବାବ ଦାଖଲ କରିବାକୁ ଓଡ଼ିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ । କୋଟିଆ ମାମଲାରେ ଓଡ଼ିଶା ସରକାରଙ୍କ ଦ୍ବାରା ଆଗତ ଅଦାଲତ ଅବମାନନା ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପ୍ରତି ଜବାବ ଦାଖଲ କରିବାକୁ ଓଡ଼ିଶାକୁ 4 ସପ୍ତାହ ସମୟ ଦେଇଛନ୍ତି ସୁପ୍ରିମକୋର୍ଟ । ସୂଚନାଥାଉକି, କୋଟିଆ ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପଞ୍ଚାୟତ ନିର୍ବାଚନ ପ୍ରତିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଓଡ଼ିଶା ପକ୍ଷ ଓକିଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମ ପାଖରେ ପର୍ଯ୍ୟାପ୍ତ ତଥ୍ୟ ରହିଛି । 1936 ମସିହା ପରଠାରୁ ଆମ ପାଖରେ ସମସ୍ତ ତଥ୍ୟ ରହିଛି ।

ଆନ୍ଧ୍ର ଦାଖଲ କରିଥିବା ସମସ୍ତ ଡକ୍ୟୁମେଣ୍ଟ ମିଛ ବୋଲି ସେ କହିଛନ୍ତି । ଆନ୍ଧ୍ରର ସତ୍ୟପାଠ ଦାଖଲ ପରେ ଓଡ଼ିଶା ତାକୁ କାଉଣ୍ଟର କରିଥିଲା । 2011 ର କେନ୍ଦ୍ରର ଜନଗଣନା, 2014 ଓ 2019 ନିର୍ବାଚନର ତଥ୍ୟ, ସେଠାରେ ଲୋକଙ୍କ ପାଇଁ ଓଡ଼ିଶା ତରଫରୁ ବିକାଶମୂଳକ କାମ ପାଇଁ ମନରେଗା, ବିଜୁ ପକ୍କା ଘର ଯୋଜନା, ସ୍କୁଲ ଭଳି ଅନେକ ତଥ୍ୟକୁ ଅଧାର କରି ଓଡ଼ିଶା ନିଜ ପକ୍ଷ ରଖିଛି ବୋଲି ସେ କହିଛନ୍ତି । ଏନେଇ ଦିଲ୍ଲୀରେ ଓଡ଼ିଶା ଲିଗାଲ ଟିମ୍ ର ମଧ୍ୟ ବୈଠକ ହୋଇଥିଲା । ଓଡ଼ିଶାର ଅବମାନନା ପଟିସନକୁ ଯୁକ୍ତିଯୁକ୍ତ ନୁହେଁ ବୋଲି ଆନ୍ଧ୍ର ଯେଉଁ ସତ୍ୟପାଠ ଦାଖଲ କରିଛି ତାକୁ ଖଣ୍ଡନ କରିଛି ଓଡ଼ିଶା । ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନ ଧରି ଚାଲିଆସୁଥିବା ସୀମା ବିବାଦ, ବିଶେଷକରି କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗ୍ରାମଗୁଡିକ ଆନ୍ଧ୍ରପ୍ରଦେଶ ସରକାର ନିର୍ବାଚନ ନିଜର ବୋଲି ମତ ରଖୁଥିଲେ । ଯାହାକୁ ନେଇ ସର୍ବୋଚ୍ଚ ନ୍ୟାୟଳୟର ଦ୍ୱାରସ୍ଥ ହୋଇଛି ଓଡ଼ିଶା ।
-
ଆଉ ଆଲୋଚନା ନୁହେଁ, ଆମେ ପାକିସ୍ତାନଠାରୁ ପ୍ରତିଶୋଧ ନେବୁ... କାବୁଲରେ ଆକ୍ରମଣ ପରେ ତାଲିବାନ କଲା ଘୋଷଣା -
ମହାପ୍ରଭୁଙ୍କ ଦର୍ଶନ କଲେ ଦିଲୀପ ରାୟ: କହିଲେ… -
୨୧ ଯାଏଁ କୁଆପଥର ବର୍ଷା ସମ୍ଭାବନା, ଆଜି ପାଇଁ ଆଲର୍ଟ ଜାରି -
ଇରାନ-ଆମେରିକା ଯୁଦ୍ଧ, ଗିରଫ ହେଲେ ୧୯ ଭାରତୀୟ -
Rajya Sabha Election : ୪ ବିଜୟୀ ନେତାଙ୍କୁ ମିଳିଲା ସାର୍ଟିଫିକେଟ୍ -
ଗୁଜୁରାଟ ମୁନ୍ଦ୍ରା ବନ୍ଦରରେ ପହଞ୍ଚିଲା ଶିବାଲିକ୍ ଏଲ୍ପିଜି ଟ୍ୟାଙ୍କର -
ନିଲମ୍ବିତ ବିଧାୟକମାନଙ୍କୁ ବଡ଼ ଆହ୍ବାନ ଦେଲେ ମୋକିମ୍, କହିଲେ...... -
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଶୀଘ୍ର କରନ୍ତୁ ଏହି କାମ -
ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ -
ରାଜ୍ୟରେ ଆସନ୍ତା ୫ଦିନ ଧରି ଘଡ଼ଘଡ଼ି ଓ ବର୍ଷା ! -
Odisha Weather: ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା -
ବାରୁଣି ସ୍ନାନ ଅବସରରେ ବୈତରଣୀ କୂଳରେ ହଜାର ହଜାର ଭକ୍ତଙ୍କ ସମାଗମ












Click it and Unblock the Notifications