ନୂଆପଡ଼ା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

ନୂଆପଡ଼ା ପ୍ରଚାର ମୈଦାନରେ ବିଜେଡିର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କ ସହିତ ବିଜେଡିର ତମାମ ନେତା ନଆପଡ଼ାରେ ପ୍ରଚାର କରିବେ । ଏଥିପାଇଁ ଏକ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ରହିଥିବାବେଳେ, ବରିଷ୍ଠ ବିଜେଡି ନେତୀ ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ମଧ୍ୟ ରହିଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, କଟକର ନେତା ଦେବାଶିଷ ସାମନ୍ତରାୟ ଏହି ଷ୍ଟାର ପ୍ରଚାରକ ତାଲିକାରେ ନାହାଁନ୍ତି ।

Supreme Chief Naveen Patnaik to campaign for BJD at Nuapada rally

ନବୀନ ସମ୍ଭାଳିବେ ମଙ୍ଗ

ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ଲିଷ୍ଟରେ ସବୁଠୁ ଉପରେ ରହିଛନ୍ତି ନବୀନ ପଟ୍ଟନାୟକ । ନବୀନ ନିଜେ ନୂଆପଡ଼ା ଯାଇ ପ୍ରଚାର କରିବେ ବୋଲି ଜଣାପଡ଼ିଛି । ତାଙ୍କ ସହିତ ବିଜେଡିର ବିଧାୟକ ଏବଂ ନେତାମାନେ ମଧ୍ୟ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ଭୋଟ୍ ମାଗିବେ । ବିଜେଡିର ଏହି ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସହିତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରହିଛନ୍ତ । ଏହାବାଦ୍ ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରତାପ ଦେବ ଆଉ ପ୍ରଣବ ପ୍ରକାଶ ଦାସ ମଧ୍ୟ ରହିଛନ୍ତି । ନଜର ପକାଇ ନିଅନ୍ତୁ, ବିଜେଡିର ଏହି ୪୦ ଜଣିଆ ଷ୍ଟାର ପ୍ରଚାରକ ଲିଷ୍ଟ ଉପରେ

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ଗୁରୁବାର ଦିନ ଦାୟିତ୍ବ ବାଣ୍ଟି ସାରିଛି । ବିଜେଡି ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍‌ଏସି, କୋମନା ବ୍ଲକ ଓ ଖରିଆରରୋଡ୍‌ ଏନ୍‌ଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛି । ନୂଆପଡ଼ା ବ୍ଲକ ପାଇଁ ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପ୍ରୀତିରଞ୍ଜନ ଘଡେଇ, ଧ୍ରୁବ ସାହୁ, ମନୋହର ରନ୍ଧାରୀ, ପ୍ରଦୀପ ଦିସାରି, ତୁଷାରକାନ୍ତି ବେହେରା, ବ୍ରଜ କିଶୋର ପ୍ରଧାନ, ରମେଶ ଚନ୍ଦ୍ର ବେହେରା, ସାରଦା ପ୍ରସନ୍ନ ଜେନା, ରାମଚରଣ ରଞ୍ଜନ ବିଶ୍ବାଳ, ସୁଦର୍ଶନ ହରିପାଲ, ପ୍ରଶାନ୍ତ କୁମାର ବେହରା, ଦେବୀ ରଞ୍ଜନ ତ୍ରିପାଠୀ ଓ ନିହାର ରଞ୍ଜନ ବେହେରାଙ୍କୁ ଦାୟିତ୍ବ ମିଳିଛି ।

ସେହିପରି ନୂଆପଡ଼ା ଏନ୍‌ଏସି ପାଇଁ ଅତନୁ ସବ୍ୟସାଚୀ ନାୟକ, ସାରଦା ପ୍ରସାଦ ନାୟକ, ଦେବେଶ ଆଚାର୍ଯ୍ୟ, ମନୋରମା ମହାନ୍ତି, ଦୀପାଳି ଦାସ, ଆୟୁବ ଖାନ, ରିତା ସାହୁ ଓ ସ୍ବରୂପ ଦାସ ରହିଛନ୍ତି । ତା ସହିତ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ଅଧୀରାଜ ପାଣିଗ୍ରାହୀ, ପୁଷ୍ପେନ୍ଦ ସିଂହଦେଓ, ଯୋଗେଶ ସିଂହ, ରବି ନନ୍ଦ, ପ୍ରଦୀପ ମାଝୀ, ନୀଳକଂଠ ପ୍ରଧାନ, ବ୍ୟୋମକେଶ ରାୟ, ସୁଶାନ୍ତ କୁମାର ରାଉତ, ଶୁବାଶିଷ ଖୁଣ୍ଟିଆ, ଜଗନ୍ନାଥ ସାରକା, ସରୋଜ ମେହେର, ବିଶ୍ବରଂଜନ ମଲ୍ଲିକ, ଅବିନାଶ ସାମଲ, ଈଶ୍ବର ପାଣିଗ୍ରାହୀ, ରୋହିତ ଯୋଶେଫ୍‌ ତିର୍କି ଓ ଉମାକାନ୍ତ ସାମନ୍ତରାୟ କୋମନା ବ୍ଲକର ଦାୟିତ୍ବରେ ରହିଛନ୍ତି ।

ଅନ୍ୟପଟେ ରଣେନ୍ଦ୍ର ପ୍ରତାପ ସିଂହ, ବିକ୍ରମ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୌଭିକ ବିଶ୍ବାଳ, ଗୌତମ ବୁଦ୍ଧ ଦାସ, ପ୍ରଶାନ୍ତ ମୁଦୁଲି ଓ ରୁଦ୍ର ପ୍ରସାଦ ମହାରଥୀ ଖରିଆର ରୋଡ ଦାୟିତ୍ବରେ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+