ପେଟ୍ରୋଲିୟମ୍‌ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ; ଲୋକସେବା ଭବନରେ ତେଲ ଯୋଗାଣ ନେଇ ଆଲୋଚନା

ପେଟ୍ରୋଲିୟମ୍‌ ଡିଲର ସଂଘ ସହ ଯୋଗାଣ ମନ୍ତ୍ରୀଙ୍କ ବୈଠକ । ଲୋକସେବା ଭବନରେ ତେଲ ଯୋଗାଣ ନେଇ ଆଲୋଚନା । ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ବୈଠକ ।

Supply Minister meet

ରାଜ୍ୟର ପେଟ୍ରୋଲ୍ ପମ୍ପରେ ତେଲ ସରିଯିବା ନେଇ ଆଉ ଆଶଙ୍କା ନାହିଁ । ଏଣୁ ପେଟ୍ରୋଲ୍ ପମ୍ପରେ ଅଯଥା ଭିଡ଼ ନ କରିବା ପାଇଁ ଅନୁରୋଧ କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଂଜୟ ଲାଠ । କହିଛନ୍ତି, ୧୫୦ ପେଟ୍ରୋଲ୍ ଟ୍ୟାଙ୍କର ଆସି ପହଞ୍ଚିଛି, ଏଣୁ ପେଟ୍ରୋଲ୍ ପମ୍ପ୍ ରେ ତେଲ ସରିବା ଆଶଙ୍କା ନାହିଁ । ତେବେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଉପରେ ପ୍ରଶ୍ନ ଉଠାଇଛନ୍ତି ସଂଜୟ ଲାଠ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବନ୍ଦ କରିବାରୁ ଏଭଳି ସମସ୍ୟା ହୋଇଥିବା ସେ କହିଛନ୍ତି ।..

ପେଟ୍ରୋଲ୍ ପମ୍ପରେ ତେଲ ସଙ୍କଟ ଆଶଙ୍କା ଟଳିଛି । ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକଙ୍କ ସୂଚନା ପରେ ବି ରାଜ୍ୟର ବିଭିନ୍ନ ପେଟ୍ରୋଲ୍ ପମ୍ପରେ ତେଲ ପକାଇବାକୁ ଲୋକଙ୍କ ଗହଳି ଦେଖିବାକୁ ମିଳିଛି । ତେଲ ସଙ୍କଟ ଦେଖାଦେବା ଆଶଙ୍କାରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଆଜି ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ଡ୍ରାଇଭର ସଂଘ ଆନ୍ଦୋଳନ ଫଳରେ ତିନି ଦିନ ହେଲାଣି ଠପ୍ ଯାଇଛି ପରିବହନ ବ୍ୟବସ୍ଥା । ତେଣୁ ତେଲ ସରିଯ୍ଇବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ଗହଳି ଲାଗିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+