ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ:ମନ୍ତ୍ରୀ କୃଷ୍ଣ ପାତ୍ର
ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ଆଳୁ ମଗାଯିବ କହିଲେ ଯୋଗାଣ ମନ୍ତ୍ରୀ । ଏବେ ଉତ୍ତରପ୍ରଦେଶରୁ ଓଡ଼ିଶାକୁ ଆଳୁ ଆସୁଛି ବୋଲି କହିଲେ ମନ୍ତ୍ରୀ କୃଷ୍ଣ ପାତ୍ର । ଉତ୍ତରପ୍ରଦେଶ ଆଳୁ ଶୀଘ୍ର ପଚିବା କଥା ମିଛ ବୋଲି କହିଲେ ମନ୍ତ୍ରୀ ଓଡ଼ିଶାରେ ୟୁପି ଆଳୁ ବିକ୍ରି ହେଲାଣି, କ୍ୱାଲିଟି ବହୁତ ଭଲ । ପଶ୍ଚିମବଙ୍ଗ ବ୍ଲାକମେଲ୍ର ଶିକାର ନହୋଇ ସ୍ୱାଭିମାନକୁ ଦେଖିଲୁ ବୋଲି ସେ କହିଛନ୍ତି ।
ତେବେ ଯେଗାଣ ମନ୍ତ୍ରୀ ପାତ୍ର ପୂର୍ବରୁ କହିଥିଲେ, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି କରିବା ସହ ମନମୁଖୀ କାର୍ଯ୍ୟ କରୁଛନ୍ତି। ତେଣୁ ଏଣିକି ଉତ୍ତରପ୍ରଦେଶରୁ ରାଜ୍ୟକୁ ଆଳୁ ଆଣିବାର ନିଷ୍ପତ୍ତି ନିଆଯାଇଛି । କିଛିଦିନ ପୂର୍ବରୁ ସେଠାରୁ କିଛି ଟ୍ରକ ଭର୍ତ୍ତି ଆଳୁ ଆସି ରାଜ୍ୟରେ ପହଞ୍ଚିଛି ଏବଂ ଆଗାମୀ ଦିନରେ ଅଧିକ ସଂଖ୍ୟକ ଗାଡ଼ି ଆସିବ। ଏହା ଦ୍ୱାରା ଧୀରେ ଧୀରେ ପଶ୍ଚିମବଙ୍ଗ ଉପରେ ଆଳୁକୁ ନେଇ ନିର୍ଭରଶୀଳତା ହ୍ରାସ ପାଇବ । ଏଥି ନିମନ୍ତେ ଉତ୍ତରପ୍ରଦେଶ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ମନ୍ତ୍ରୀ କହିଥିଲେ ।

ଆଳୁ ଉତ୍ପାଦନରେ ୟୁପି ଏକ ନମ୍ବରରେ ରହିଛି, ହେଲେ ସେଠୁ ଆଳୁ ଆଣିଲେ ପଶ୍ଚିମବଙ୍ଗ ଆଳୁଠାରୁ ଦର୍ ଟିକେ ଅଧିକ ରହୁଛି । କ୍ୱିଣ୍ଟାଲ ପ୍ରତି ୧୦୦ ଟଙ୍କା ଅଧିକ ପଡ଼ିବା ଆଶଙ୍କା ରହିଛି । ପଶ୍ଚିମବଙ୍ଗରୁ ଆଳୁ କ୍ୱିଣ୍ଟାଲ ପିଛା ୨୬୦୦ ଟଙ୍କା ପଡୁଥିବା ବେଳେ ୟୁପିରୁ ଆଣିଲେ ୨୭୦୦ ଟଙ୍କା ପଡୁଛି । କାହିଁକି ନା ଆଳୁ ଦାମ ସମାନ ଥିଲେ ବି ଟ୍ରାନ୍ସପୋର୍ଟ ବାବଦକୁ ଅଧିକ ଖର୍ଚ୍ଚ ହେଉଛି ।
ଆଳୁ ପାଇଁ ପଶ୍ଚିମବଙ୍ଗ ସରକାର ବହୁତ ହଇରାଣ କରୁଛନ୍ତି, ବେପାରୀଙ୍କୁ ଦୁର୍ବ୍ୟବହାର କରାଯାଉଛି । ସୀମାରେ ପଶ୍ଚିମବଙ୍ଗ ପୋଲିସ ମଧ୍ୟ ମୋଟା ଅଙ୍କର ଟଂକା ନେଇ ଆଳୁ ଗାଡି ଛାଡ଼ୁଛି । ସେଥିପାଇଁ ଉତ୍ତରପ୍ରଦେଶରୁ ଆଳୁ ଆଣିବାକୁ ନିଷ୍ପତ୍ତି ହୋଇଛି। ଧୀରେ ଧୀରେ ପଶ୍ଚିମବଙ୍ଗରୁ ପୂରା ଆଳୁ ଆଣିବା ଠପ୍ କରାଯିବ।












Click it and Unblock the Notifications