ଆଲବମ୍ ଅଭିନେତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ୪ ବର୍ଷ ତଳେ ଭାଇ ମଧ୍ୟ କରିଥିଲେ ଆତ୍ମହତ୍ୟା

ବଲାଙ୍ଗୀର:ବଲାଙ୍ଗୀର ଆଲବମ୍ ଅଭିନେତ୍ରୀ ରୁଚିସ୍ମିତା ଗୁରୁଙ୍କ ଆତ୍ମହତ୍ୟା । ବଲାଙ୍ଗୀର ସୁଦପଡ଼ାରେ ଏପରି ଘଟଣା ଘଟିଛି । ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର କରାଯାଇଛି । ଆତ୍ମହତ୍ୟାର କାରଣ ଏ ପର୍ଯ୍ୟନ୍ତ ଅସ୍ସଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି ।
ଗତକାଲି ବଲାଙ୍ଗୀର ସୁଦପଡ଼ା ସ୍ଥିତ ନିଜ ମାମୁଘରୁ ରୁଚିସ୍ମିତାଙ୍କର ମୃତ ଦେହ ଉଦ୍ଧାର କରାଯାଇଛି । ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି । ସେପଟେ ଅଭିନେତ୍ରୀଙ୍କ ପିତାଙ୍କ ସୂଚନା ଅନୁସାରେ, ସେ କିଛି ଦିନ ହେବ ଡିପ୍ରେସନରେ ଥିଲେ ଏବଂ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ମଧ୍ୟ ହେଉଥିଲେ ।
ବଲାଙ୍ଗୀର ତାଲପାଳିପଡାରେ ରୁଚିସ୍ମିତାଙ୍କ ଘର । ତାଙ୍କ ବାପା ସୋନପୁରରେ ରହି ଚାକିରୀ କରୁଥିଲେ । ସୂଚନାଥାଉ ଯେ, ୪ ବର୍ଷ ତଳେ ରୁଚିସ୍ମିତାଙ୍କ ଭାଇ ମଧ୍ୟ ଆତ୍ମହତ୍ୟା କରିଥିଲେ ।
ଖାସ୍ କଥା ହେଉଛି ଯେ,ରୁଚିସ୍ମିତାଙ୍କ ମୃତ ଶରୀର ବେକର ଲାଗିଥିଲା ବ୍ଲୁଟୁଥ୍ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇ ପାରିବ । ରୁଚିସ୍ମିତା ଏକାଧିକ ସମ୍ବଲପୁରୀ ଗୀତ ଗାଇବା ସହ ଅଭିନୟ ମଧ୍ୟ କରିଛନ୍ତି ।












Click it and Unblock the Notifications