ଭିଜିଲାନ୍ସ ଜାଲରେ ପଡ଼ିଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସୁପରଭାଇଜର

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସୁପରଭାଇଜର ଲକ୍ଷ୍ମୀ ନାରାୟଣ ମହାରଣା ଗୁରୁବାର ଜନ୍ମମୃତ୍ୟୁ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ସୂଚନା ଅନୁସାରେ, ତଲଝାପି ପଞ୍ଚାୟତ ନିକେସଯୋର ଗାଁର ଅର୍ଜୁନ ନାଏକ, ବବଲୁ ନାଏକ ଓ ଘାସିରାମ ମାଝୀ ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ଏଥିପାଇଁ ସୁପରଭାଇଜର ଶ୍ରୀ ମହାରଣା ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସମସ୍ତେ କଳାହାଣ୍ଡି ଭିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ।

odisha vigilane

ଗୁରୁବାର ସନ୍ଧ୍ୟାରେ ତିନିଜଣ ଫୋନ୍‌ ପେ' ମାଧ୍ୟମ ୪ ହଜାର ଟଙ୍କା ଲକ୍ଷ୍ମୀ ମହାରଣାଙ୍କୁ ଦେଇଥିଲେ। ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍‌ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କ ମୋବାଇଲକୁ ଜବତ କରିଥିଲେ। ଏ ନେଇ କୋରାପୁଟ ଭିଜିଲାନ୍ସ କେସ୍‌ ନମ୍ବର ୧/୧.୧.୨୦୨୫ରେ ଏକ ମାମଲା ରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ଜୁନାଗଡ଼ର ଶ୍ରୀ ମହାରଣାଙ୍କ ଘର (ବର୍ତ୍ତମାନ ଭଡ଼ାରେ ଦିଆଯାଇଛି), ଚିଲଗୁଡ଼ା ସରକାରୀ କ୍ବାର୍ଟର୍ସ ଓ ଥୁଆମୂଳ ରାମପୁର ଡାକ୍ତରଖାନାରେ ଚଢ଼ଉ କରାଯାଇଛି। ସେ ଥୁଆମୂଳ ରାମପୁର ଓ ମହୁଲପାଟଣା ଡାକ୍ତରଖାନା ଦାୟିତ୍ୱରେ ଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+