କାଲି ଆକାଶରେ ଦିଶିବ ସୁପରମୁନ୍, ଜାଣନ୍ତୁ କଣ ରହିବ ଏହାର ପ୍ରଭାବ

ଏ ବର୍ଷ ଆକାଶରେ ଦେଖାଯିବ ସୁପରମୁନ୍ । ସୁପରମୁନ୍ ଓ ମାଇକ୍ରୋମୁନ୍ ଭଳି ମହାଜାଗତିକ ଦୃଶ୍ୟ ଏବର୍ଷ ଆକାଶରେ ଦୃଶ୍ୟମାନ ହେବ । ଜାନୁଆରୀ ୩ ତାରିଖରେ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ । ତେବେ ଭାରତ ଉପରେ ଏହାର ପ୍ରଭାବ ପଡିପାରେ କି ନାହିଁ ଆସନ୍ତୁ ତା ବିଷୟରେ ଜାଣିବା।

Supermoon

ଆମେ ଜାଣିଛେ ଯେ ଚନ୍ଦ୍ର ପୃଥିବୀ ଚାରିପଟେ ଘୂରିବା ପାଇଁ ପ୍ରାୟ ୨୭ ଦିନରୁ ଅଧିକ ସମୟ ଲାଗିଥାଏ। ଆଉ ସବୁଠାରୁ ନିକଟରେ ଥିଲାବେଳେ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହିଥାଏ ଏବଂ ଧୀରେ ଧୀରେ ଏହା ୪.୦୬ ଲକ୍ଷ ଦୂରକୁ ଚାଲିଯାଏ। ଜ୍ୟୋତିଷ ରିଚାର୍ଡ୍ ନଲଙ୍କ ପରିଭାଷାରେ ଯଦି ଚନ୍ଦ୍ର ପୃଥିବୀଠାରୁ ୩.୬୩ ଲକ୍ଷ କିଲୋମିଟର ବା ତାଠାରୁ ନିକଟରେ ନିକଟରେ ଥିବା ସମୟରେ ପୂର୍ଣ୍ଣମୀ ପଡିଥାଏ ତେବେ ସେହି ଚନ୍ଦ୍ରକୁ ସୁପରମୁନ୍ କୁହାଯାଏ। ସେ ସମୟରେ ଚନ୍ଦ୍ର ଆମକୁ ବିଶାଳ ଓ ଉଜ୍ବଳମୟ ଦେଖାଯାଏ। ପ୍ରତ୍ୟେକ ବର୍ଷ ଭଳି ଏହି ଘଟଣା, ଚଳିତ ବର୍ଷ ମଧ୍ୟ ଦୁଇରୁ ତିନିଥର ଘଟିବାକୁ ଯାଉଛି ।

ଆସନ୍ତାକାଲି ମହାକାଶ ଏହି ସୁପରମୁନ୍ ଦେଖାଯିବ। ଆସନ୍ତାକାଲି ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ତିନି ଲକ୍ଷ ୬୨ହଜାର କିଲୋମିଟର ଦୂରରେ ରହିବ। ସାଧାରଣ ଦିନରେ ଦେଖାହେଉଥିବା ଚନ୍ଦ୍ରଠାରୁ ଏହା ୩୦ ପ୍ରତିଶତ ଅଧିକ ଉଜ୍ବଳ ଦେଖାଯିବ। ତେବେ ଏହାପରେ ଦ୍ବିତୀୟ ଥର ପାଇଁ ସୁପରମୁନ୍ ନଭେମ୍ବର ୨୪ ତାରିଖରେ ଦେଖିବାକୁ ମିଳିବ । ଖାଲି ସେତିକି ନୁହେଁ, ଚଳିତ ବର୍ଷର ଶେଷ ସୁପରମୁନ୍ ଡିସେମ୍ବର ୨୩ ତାରିଖରେ ଦେଖିବାକୁ ମିଳିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+