ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍
ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଦେଖିବାକୁ ମିଳିବ ସୁପରମୁନ୍ । ରାତି ଆକାଶରେ ଚନ୍ଦ୍ର ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ । ପୂର୍ଣ୍ଣିମା ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ପରେ ସାଧାରଣ ଅପେକ୍ଷା ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଏ । ପୃଥିବୀ ଚାରିପାଖରେ ଚନ୍ଦ୍ରର କକ୍ଷପଥ ବୃତ୍ତାକାର ନୁହେଁ, ଅଣ୍ଡାକାର। ସେହି ଅନୁସାରେ ପୃଥିବୀଠାରୁ ଚନ୍ଦ୍ରର ଦୂରତା ପ୍ରତି ମାସରେ ସାମାନ୍ୟ ପରିବର୍ତ୍ତନ ହୁଏ । ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚିବା ସମୟରେ ଓ ପୂର୍ଣ୍ଣିମା ସହିତ ମେଳ ଖାଇଲେ ତାକୁ ସୁପରମୁନ୍ କୁହାଯାଏ ।

ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି । ପେରି ଅର୍ଥ ନିକଟ ଓ ଜିଓ ଅର୍ଥ ପୃଥିବୀ । ସୁପରମୁନ୍ ସମୟରେ ପୂର୍ଣ୍ଣିମା ଚନ୍ଦ୍ର ଅନ୍ୟ ସମୟ ଅପେକ୍ଷା ବଡ଼ ଓ ଉଜ୍ଜ୍ୱଳ ଦେଖାଯାଏ । ଏଭଳି ମହାଜାଗତିକ ଘଟଣା ଦେଖିବା ପାଇଁ ଟେଲିସ୍କୋପ୍ କିମ୍ବା କୌଣସି ବିଶେଷ ଉପକରଣ ଆବଶ୍ୟକ ନାହିଁ । କେବଳ ସ୍ୱଚ୍ଛ ଆକାଶ ଏବଂ ସର୍ବନିମ୍ନ କୃତ୍ରିମ ଆଲୋକ ଦ୍ବାରା ଏହାକୁ ଦେଖିହେବ ।












Click it and Unblock the Notifications