ଚଳିତ ବର୍ଷର ‘ସୁପରମୁନ୍’: ମେ ୨୬ରେ ହେବ ଦୃଶ୍ୟମାନ
ଚଳିତ ବର୍ଷର ‘ସୁପରମୁନ୍’ ମେ ୨୬ ତାରିଖରେ ଦେଖାଯିବ। ଏହି ଦିନଟି ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯିବ। ସେହିପରି ଚନ୍ଦ୍ର ଆମଠାରୁ ୩ଲକ୍ଷ ୫୭ହଜାର ୪୬୨କିମି ଦୂରରେ ଦେଖାଯିବ।
ଭୁବନେଶ୍ୱର: ଚଳିତ ବର୍ଷର 'ସୁପରମୁନ୍' ମେ ୨୬ ତାରିଖରେ ଦେଖାଯିବ। ଏହି ଦିନଟି ସାଧାରଣ ଦିନର ପୂର୍ଣ୍ଣଚନ୍ଦ୍ର ଠାରୁ ପ୍ରାୟ ୭ ପ୍ରତିଶତ ବଡ଼ ଏବଂ ୧୫ ପ୍ରତିଶତ ଅଧିକ ଉଜ୍ଜଳ ଦେଖାଯିବ। ସେହିପରି ଚନ୍ଦ୍ର ଆମଠାରୁ ୩ଲକ୍ଷ ୫୭ହଜାର ୪୬୨କିମି ଦୂରରେ ଦେଖାଯିବ। ସାଧାରଣ ଦୂରତାର ୧୦ ପ୍ରତିଶତ ବା ତା'ଠାରୁ କମ୍ ଅର୍ଥାତ୍ ୩ଲକ୍ଷ ୬୦କିମି ଦୂରତାରେ ଚନ୍ଦ୍ର ଥିବା ସମୟରେ ପୂର୍ଣ୍ଣମୀ ପଡ଼ିଥାଏ, ଯାହାକୁ ସୁପରମୁନ୍ କୁହାଯାଏ। ଏହା ପୂର୍ବରୁ ଏପ୍ରିଲ୍ ୨୬ରେ ୩ଲକ୍ଷ ୫୭ ହଜାର ୬୧୫ କିମି ଦୂରରେ ଚନ୍ଦ୍ର ପୃଥିବୀର ନିକଟତର ହୋଇଥିଲା ଏବଂ ସୁପରମୁନ୍ ହୋଇଥିଲା। ମାତ୍ର ଏଥର ତା'ଠାରୁ ୧୫୩ କିମି କମ ଦୂରତାରେ ଚନ୍ଦ୍ର ଦେଖାଯିବ।

ଏଥିସହିତ ଓଡିଶାରେ ଏହା ଦେଖାଯିବ ନାହିଁ। କାରଣ ଚନ୍ଦ୍ର ଦିଗବଳୟ ତଳେ ଥିବାରୁ ଗ୍ରହଣ ଦୃଶ୍ୟମାନ ହେବ ନାହିଁ। ଚନ୍ଦ୍ର ପୃଥିବୀର ଉପଛାୟାରେ ଅପରାହ୍ଣ ୨ଟା ୧୭ମିନିଟରେ ପ୍ରବେଶ କରିବ ଏବଂ ସନ୍ଧ୍ୟା ୭ଟା ୧୯ରେ ଉପଛାୟାରୁ ସମ୍ପୂର୍ଣ୍ଣ ବାହାରିଯିବ। ସେହିପରି ଚନ୍ଦ୍ର ପୃଥିବୀର ଛାୟାରେ ୩ଟା ୧୪ରେ ପ୍ରବେଶ କରିବ ଓ ସନ୍ଧ୍ୟା ୬ଟା ୨୨ରେ ଛାୟାରୁ ସଂପୂର୍ଣ୍ଣ ବାହାରିବ। ତେବେ ଚନ୍ଦ୍ର ପୃଥିବୀର ଉପଛାୟାରେ ଥିବା ବେଳେ ଖାଲି ଆଖିରେ ଗ୍ରହଣ ଦେଖାଯାଏ ନାହିଁ। ଛାୟା ଭିତରକୁ ପ୍ରବେଶ କଲେ ଯାଇ ଖାଲି ଆଖିରେ ଦୃଶ୍ୟମାନ ହୁଏ।












Click it and Unblock the Notifications