ଜଳୁଛି ସୁପର ମାର୍କେଟ, ଗତକାଲି ଠାରୁ ଲାଗିଥିଲା ନିଆଁ
ଜଳୁଛି ସୁପର ମାର୍କେଟ । ଗତକାଲି ରାତିରୁ ନିଆଁ ଲାଗିଛି । ଦୀର୍ଘ ଘଣ୍ଟା ପରେ ମଧ୍ୟ ଆୟତ୍ତ ହୋଇପାରିନି । ଭୁବନେଶ୍ବର ଧଉଳି ନୂଆଗାଁ ମା' ତାରିଣୀ ବସ୍ତ୍ରାଳୟ ପଛପଟ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପ୍ଲାଷ୍ଟିକ ସାମଗ୍ରୀ ଓ କପଡ଼ା ଆଇଟମ । ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ । ରାସ୍ତା ଉପରେ ଥିବା ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଥିଲା ନିଆଁ । ହୁତ୍ ହୁତ୍ ହୋଇ ଜଳିଯାଇଥିଲା ଦୋକାନ ଭିତରେ ଥିବା ସାମଗ୍ରୀ । ତୃତୀୟ ମହଲାରେ ଥିବା ଅନେକ ପ୍ଲାଇ,ପ୍ଲାଷ୍ଟିକ ଓ କପଡ଼ା ଯୋଗୁଁ ନିଆଁଟି ଭୟାନକ ରୂପ ନେଇଥିଲା ।

ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି । ୫ଟି ଅଗ୍ନିଶମ ଗାଡି ନିଆଁ ଲିଭା କାର୍ଯ୍ୟରେ ଲାଗିଛନ୍ତି । ଦମକଳ ବାହିନୀରୁ ଅତ୍ୟାଧୁନିକ କ୍ରେନ୍ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛି । ନିଆଁର କୋପ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା ଦୋକାନ ଓ ମାର୍କେଟ କମ୍ପ୍ଲେକ୍ସକୁ ବ୍ୟାପିବାର ଭୟ ଥିଲା । ସର୍ଟ ସର୍କିଟ ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
-
IPL 2026 : କିଙ୍ଗସ୍ ବନାମ କିଙ୍ଗସ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଚେନ୍ନାଇ, ପଞ୍ଜାବ ପାଇଁ ଚିନ୍ତା ବ୍ୟାଟରଙ୍କ ଫର୍ମ୍ -
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK






Click it and Unblock the Notifications