ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା

ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ସୁରେନ୍ଦ୍ରଙ୍କ ୨ଟି ବହୁମହଲା ବିଶିଷ୍ଟ ବିଲ୍ଡିଂ, ଫ୍ଲାଟ୍‌, ପ୍ଲଟ୍‌ ଜବତ କରାଯାଇଛି । ସୁରେନ୍ଦ୍ରଙ୍କର ୪ଟି ମୂଲ୍ୟବାନ ପ୍ଲଟ୍‌ ରହିଛି । ଏହାସହ ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ସହ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ ହୋଇଛି ।

Surendra Behera

ସୂଚନାଯୋଗ୍ୟ ଯେ, ଭିଜିଲାନ୍ସ ସ୍କାନରକୁ ଆସିଛନ୍ତି ଅନୁଗୋଳ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ସୋମବାର ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲା ଭିଜିଲାନ୍ସ । ଭୁବନେଶ୍ବର, ରାଉରକେଲା, ସୁନ୍ଦରଗଡ଼, ଅନୁଗୋଳ ଓ ଗଞ୍ଜାମର ୮ଟି ସ୍ଥାନରେ ଚଢ଼ାଉ କରି ବିପୁଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍‌ । ସୁନ୍ଦରଗଡ଼ ସ୍ବତନ୍ତ୍ର ବିଚାରପତିଙ୍କ ଠାରୁ ସର୍ଚ୍ଚ ଓ୍ବାରେଣ୍ଟ ମିଳିବା ପରେ ପରେ ଚଢ଼ାଉ ପାଇଁ ଟିମ୍‌ ଗଠନ ହୋଇଥିଲା । ଟିମ୍‌ରେ ଥିଲେ ୩ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର, ୪ଜଣ ଏଏସ୍‌ଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ଥିଲେ । ତେବେ ଚଢ଼ାଉ ବେଳେ ସୁରେନ୍ଦ୍ରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ମଧ୍ୟ ଟେରା ହୋଇଯାଇଛି । ସୁରେନ୍ଦ୍ରଙ୍କ ୨ଟି କୋଠା, ୨ଟି ଫ୍ଲାଟ୍, ୪ଟି ପ୍ଲଟ୍ ଠାବ କରାଯାଇଥିଲା । ସୁନ୍ଦରଗଡ଼ରେ ରହିଛି ୩ ମହଲା ବିଶିଷ୍ଟ କୋଠା । ଭୁବନେଶ୍ବର ଘାଟିକିଆରେ ରହିଛି ୨ଟି ଫ୍ଲାଟ୍ । ରାଉରକେଲାରେ ୨ ମହଲା କୋଠା ଠାବ ହୋଇଛି । ଗଞ୍ଜାମ ପୁରୁଷୋତ୍ତମ, ସୁନ୍ଦରଗଡ଼ ଓ ରାଉରକେଲାରେ ୪ଟି ପ୍ଲଟ୍ ରହିଛି । ୨ ଲକ୍ଷ ୩୩ ହଜାର ନଗଦ ଟଙ୍କା ଜବତ ହୋଇଛି । ଏହାସହ ପ୍ରାୟ ୫୪ ଲକ୍ଷ ଟଙ୍କାର ବିଭିନ୍ନ ଜମା ରାଶି ମଧ୍ୟ ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏଭଳି ଚଢ଼ାଉ କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+