ଆଜି ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସନର ୬୫ ଅଙ୍କ ଆରମ୍ଭ
ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ ।
ପୁରୀ: ଗଜପତିଙ୍କ ଶ୍ରୀନଅରରେ ପାଳିତ ହୋଇଛି ସୁନିଆଁ ଉତ୍ସବ । ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀନରରେ ଆଜି ନୀତି ଓ ପରମ୍ପରା ଅନୁସାରେ ପାଳତି ହୋଇଛି ଏହି ଉତ୍ସବ । ଏହି ଅବସରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪୩୦ ସାଲ ୬୫ ଅଙ୍କର ପ୍ରବେଶ । ତାସହ ସୁବର୍ଣ୍ଣ ମୁଦ୍ରାର ପ୍ରଚଳନ ମଧ୍ୟ ହୋଇଛି ।

ସୁନିଆଁ ଅବସରରେ ଶ୍ରୀନଅରରେ ଥିବା କନକ ଦୁର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରିଛନ୍ତି ଗଜପତି । କନକଦୁର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ, ନୃସିଂହଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଛି । ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କକଟା ନୀତି ସମ୍ପାଦନ ହୋଇଛି ।
ସେପଟେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ବଢିବା ପରେ ବାମନ ଜନ୍ମ ନୀତି, ପବିତ୍ରା ଲାଗି ଓ ଇନ୍ଦ୍ରଧ୍ୱଜା ପୂଜା ବିଧି କରାଯାଇଛି । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା ।












Click it and Unblock the Notifications