ପୃଥିବୀପୃଷ୍ଠରୁ ଲୁଚାଇ ଦିଆଯିବ ସୂର୍ଯ୍ୟକିରଣ !
ସୋଲାର୍ ଜିଓ-ଇଞ୍ଜିନିୟରିଂ ଦ୍ୱାରା ପୃଥିବୀର ତାପମାତ୍ରା ବୃଦ୍ଧି ବା ଗ୍ଲୋବାଲ୍ ୱାର୍ମିଂ ଏବଂ ଜଳବାୟୁ ପରିବର୍ତ୍ତନ ବା କ୍ଲାଇମେଟ ଚେଞ୍ଜ ର ମୁକାବିଲା କରାଯାଇପାରିବ କି ନାହିଁ ?
ସୂର୍ଯ୍ୟକିରଣକୁ ଲୁଚାଇ ଦିଆଯିବ ! ପୃଥିବୀପୃଷ୍ଠକୁ ଆସିବାକୁ ଦିଆଯିବନି। ଏହା ଉପରେ ବିଚାର କରୁଛନ୍ତି ବୈଜ୍ଞାନିକ, ଯାହାକୁ ସମର୍ଥନ ଜଣାଇଛି ବାଇଡେନ୍ ପ୍ରଶାସନ। ବିଶ୍ୱ ତାପନ ବୃଦ୍ଧି ପାଉଥିବାରୁ ଏପରି ଉଦ୍ୟମ ଉପରେ ସହମତି ପ୍ରକାଶ କରିଛି ଆମେରିକା। ସୂର୍ଯ୍ୟର ବିକିରଣ ପ୍ରକ୍ରିୟାକୁ କିପରି ଅଟକାଯାଇପାରିବ ସେ ଉପରେ ବୈଜ୍ଞାନିକ ଅନୁସନ୍ଧାନ ଚଳାଇଛନ୍ତି। ଏହାକୁ Solar GEO engenieering କୁହାଯାଉଛି। ଏଥିରେ ସୂର୍ଯ୍ୟରଶ୍ମିକୁ ପ୍ରତିଫଳିତ କରାଇ ପୁଣି ମହାକାଶକୁ ପଠାଇ ଦିଆଯିବ।

ଏବେ ସାରା ବିଶ୍ୱରେ ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ଦେଖାଇଛି। ବିଶ୍ୱରେ ତାପମାତ୍ରା ଅହେତୁକ ବୃଦ୍ଧି ପାଇବାରେ ଲାଗିଛି। ଏପରି ସ୍ଥଳେ ସୂର୍ଯ୍ୟାଲୋକର ପ୍ରଖର କିରଣ ଅଟକାଇବାକୁ ଯୋଜନା ରଖିଛନ୍ତି ବୈଜ୍ଞାନିକ।












Click it and Unblock the Notifications