ସୁନୀଲ ବଂଶଲ ହେଲେ ଓଡ଼ିଶା ବିଜେପି ପ୍ରଭାରୀ
ODISHA Get New BJP Prabhari: Sunil Bansal Appointed BJP's prabhari: Sunil Bansalସୁନୀଲ ବଂଶଲ ହେଲେ ଓଡ଼ିଶା ବିଜେପି ପ୍ରଭାରୀ
ନୂଆଦିଲ୍ଳୀ: ବଦଳିଲେ ଓଡ଼ିଶାର ବିଜେପି ପ୍ରଭାରୀ । ବିଜେପି ନେତା ତଥା ଉତ୍ତରପ୍ରଦେଶର ସଂଗଠନ ସମ୍ପାଦକ ସୁନୀଲ ବଂଶଲ ହେଲେ ଓଡ଼ିଶା ପାଇଁ ନୂଆ ବିଜେପି ପ୍ରଭାରୀ । ଏନେଇ ସୂଚନା ଦେଲେ ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ । ସୁନୀଲଙ୍କୁ ଓଡ଼ିଶା ସହିତ ପଶ୍ଚିମବଙ୍ଗ, ତେଲେଙ୍ଗାନା ଦାୟିତ୍ୱ ମଧ୍ୟ ମିଳିଛି । ତେବେ ଆସନ୍ତା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ବିଜେପି ଦଳ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ଅନୁମାନ କରାଯାଉଛି । ରାଷ୍ଟ୍ରୀୟ ମହାମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସୁନୀଲ ବଂଶଲ ।

ତେବେ ପୂର୍ବରୁ ସୁନୀଲ ବଂଶଲ ୨୦୧୪ ଲୋକସଭା ନିର୍ବାଚନରେ ୟୁପିର କୋ-ଇନ୍ଚାର୍ଜ ରହିଥିଲେ । ଏହି ସମୟରେ ବିଜେପି ୟୁପିରେ ୮୦ଟି ସିଟ୍ ମଧ୍ୟରୁ ୭୩ଟି ସିଟ୍ ଜିତି ଏକ ରେକର୍ଡ ସୃଷ୍ଟି କରିଥିଲା । ଏହାପରେ ତାଙ୍କୁ ୟୁପି ବିଜେପିର ଗୁରୁଦାୟିତ୍ୱ ମିଳିଥିଲା । ସେହିପରି ସେ ୨୦୧୭-୧୯ ଏବଂ ୨୦୨୨ ଉତ୍ତରପ୍ରଦେଶର ବିଧାନସଭା ଓ ଲୋକସଭା ନିର୍ବାଚନରେ ମଧ୍ୟ ତାଙ୍କ କାର୍ଯ୍ୟକୁ ଦଳ ପକ୍ଷରୁ ପ୍ରଶଂସା କରାଯାଇଥିଲା । ତେବେ ୨୦୨୪ ନିର୍ବାଚନ ପାଇଁ ଦଳ ତାଙ୍କ ଉପରେ ବିଶ୍ୱାସ ରଖି ଏହି ଦାୟିତ୍ୱ ଏହି ଦାୟିତ୍ୱ ଦେଇଥିବା ଜଣାପଡ଼ିଛି ।












Click it and Unblock the Notifications