Get Updates
Get notified of breaking news, exclusive insights, and must-see stories!

ଆଜି ପବିତ୍ର ସୁନିଆଁ ଉତ୍ସବ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି

ଆଜି ପବିତ୍ର ସୁନିଆଁ ଉତ୍ସବ, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତିଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ,

ଭୁବନେଶ୍ୱର: ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ମଧ୍ୟାହ୍ନ ଧୂପ ପରେ ନୀତି ଆରମ୍ଭ ହେବ । ଏଥିପାଇଁ ଆଜି ଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆଜିଠାରୁ ଗତପତି ମହାରାଜ ଦିବ୍ୟସିଂହଙ୍କର ଦେବଙ୍କର ଆରମ୍ଭ ହୋଇଛି ୧୪ ଶହ ୩୦ ସାଲ ୬୫ ଅଙ୍କର ପ୍ରବେଶ । ଗଜପତି ମହାରାଜଙ୍କର ଆଜିଠୁ ୬୫ ଅଙ୍କ ଆରମ୍ଭ । ଏହି ଅବଶରରେ ଆଜି ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଆଜି ସଂନ୍ଧ୍ୟାରେ କନକଦୁର୍ଗା ,ଶ୍ୟାମାକାଳୀ,ରାଧାକୃଷ୍ଣ,ନୃସିଂହଙ୍କର ପୂଜାର୍ଚ୍ଚାନା କରିବେ ଗଜପତି । ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଗଜପତିଙ୍କ ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ଅନୁଷ୍ଠିତ ହେବ ।

SUNIA UTSAV

ସୁନିଆଁ ଉତ୍ସବ
ଆଜି ପ୍ରଥମେ ରାଜନଅରକୁ ପରିଷ୍କାର କରି ଚୁନାପାଣି ଛିଞ୍ଚା ଯିବା । ସେବକ ଓ ଚିତ୍ରକରମାନେ ଗେରୁ ଓ ନୂଆ ଅରୁଆ ଚାଉଳ ପିଠଇରେ ସୁନ୍ଦର ଝୋଟି ଆଙ୍କିବେ । ଏହା ପରେ ଶ୍ରୀନଅରରେ ବରୁଣ ପୂଜା ,ବାସ୍ତୁପୂଜା ,ଅସ୍ତ୍ରପୂଜା ,ଆଦି ସମ୍ପନ୍ନ ହେବ ପରେ ପାଶ୍ୱର୍ , ଶୁଭଖୁଣ୍ଟି ,ଦେବତା ,ଦଶଦିଗପାଳ ,ନବଗ୍ର ଓ ରାଜପ୍ରସାଦର ଇଷ୍ଟଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଏହା ପରେ ରାଜଗୁରୁଙ୍କ ଉପସ୍ଥିତିରେ ଗଜପତିଙ୍କ ଉଦ୍ଦେଶ୍ୟରେ ସୁନିଆଁ ଭେଟି ପ୍ରଦାନ କରାଯିବ । ନବଜାତକଙ୍କ ଜନ୍ମପତ୍ରିକା ଓ ପ୍ରଚଳିତ ହେଉଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+