ଆଜି ପୁରୀରେ ଅନୁଷ୍ଠିତ ହେବ ଗଜପତି ମହାରାଜଙ୍କ ସୁନିଆଁ ଉତ୍ସବ
Sunia Fesitival: ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶ ତିଥି, ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଆଜିଠାରୁ ଗତପତି ମହାରାଜ ଦିବ୍ୟସିଂହଙ୍କର ଦେବଙ୍କର ଆରମ୍ଭ ୬୮ ଅଙ୍କ । ଏହି ଅବଶରରେ ଆଜି ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେବ ସୁନିଆଁ ଉତ୍ସବ । ଆଜି ସଂନ୍ଧ୍ୟାରେ କନକଦୁର୍ଗା ,ଶ୍ୟାମାକାଳୀ,ରାଧାକୃଷ୍ଣ,ନୃସିଂହଙ୍କର ପୂଜାର୍ଚ୍ଚାନା କରିବେ ଗଜପତି ।
ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଗଜପତିଙ୍କ ଗଜପତିଙ୍କ ଉପସ୍ଥିତିରେ ଶ୍ରୀନଅରରେ ଅଙ୍କ କଟା ନୀତି ଅନୁଷ୍ଠିତ ହେବ । ସୁନିଆଁ ଦିନଠାରୁ ଗଜପତି ମହାରାଜଙ୍କ ଗାଦିନାସୀନ ବର୍ଷର ଗଣନା ହୋଇଥାଏ । ସୁନିଆଁ ଉତ୍ସବ ଆଜି ପ୍ରଥମେ ରାଜନଅରକୁ ପରିଷ୍କାର କରି ଚୁନାପାଣି ଛିଞ୍ଚା ଯିବା । ସେବକ ଓ ଚିତ୍ରକରମାନେ ଗେରୁ ଓ ନୂଆ ଅରୁଆ ଚାଉଳ ପିଠଇରେ ସୁନ୍ଦର ଝୋଟି ଆଙ୍କିବେ ।

ଏହା ପରେ ଶ୍ରୀନଅରରେ ବରୁଣ ପୂଜା ,ବାସ୍ତୁପୂଜା ,ଅସ୍ତ୍ରପୂଜା ,ଆଦି ସମ୍ପନ୍ନ ହେବ ପରେ ପାଶ୍ୱର୍ , ଶୁଭଖୁଣ୍ଟି ,ଦେବତା ,ଦଶଦିଗପାଳ ,ନବଗ୍ର ଓ ରାଜପ୍ରସାଦର ଇଷ୍ଟ ଦେବାଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଏହା ପରେ ରାଜଗୁରୁଙ୍କ ଉପସ୍ଥିତିରେ ଗଜପତିଙ୍କ ଉଦ୍ଦେଶ୍ୟରେ ସୁନିଆଁ ଭେଟି ପ୍ରଦାନ କରାଯିବ । ନବଜାତକଙ୍କ ଜନ୍ମପତ୍ରିକା ଓ ପ୍ରଚଳିତ ହେଉଥିବା ବିଭିନ୍ନ ପଞ୍ଜିକାରେ ଏହି ଅଙ୍କ ଉଲ୍ଲେଖ କରାଯିବ ।












Click it and Unblock the Notifications