ସୁନ୍ଦରଗଡ଼ରେ ଚୋରା କୋଇଲା ଖଣି ଦୁର୍ନୀତି ମାମଲା: ସ୍ଥିତି ପରଖିବେ ବିଭାଗୀୟ ମନ୍ତ୍ରୀ
Odisha News: ସୁନ୍ଦରଗଡ଼ରେ ଚୋରା କୋଇଲା ଖଣି ଦୁର୍ନୀତି ମାମଲା । ଆଜି ସ୍ଥିତି ପରଖିବେ ବିଭାଗୀୟ ମନ୍ତ୍ରୀ ଓ ସଚିବ । ସୂଚନା ଅନୁସାରେ, ସୁନ୍ଦରଗଡ଼ରେ ଖଣି ଚୋରା ମାମଲାରେ ଗ୍ରାଉଣ୍ତ ଜିରୋକୁ ଜାଇ ସ୍ଥିତି ପରଖିବେ ବାଣିଜ୍ୟ, ପରିବହନ ଷ୍ଟିଲ ଏହଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ।

ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ହେମଗିରିରେ ଓହ୍ଲାଇ ସେଠାରୁ ଗୋପାଳପୁରର ତେଲନଡିହି, ରତନସରା ଓ ଭୋଗ୍ରାକଚ୍ଛାକୁ ଯାଇ ଚୋରା କୋଇଲା ଖଣି ଅଞ୍ଚଳ ବୁଲି ଦେଖିବେ ।












Click it and Unblock the Notifications