ପୁଣି କୁଆଡେ ହଜିଗଲେ ବିରଜୁ କୁଲୁ !
ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରୁ ଓଡ଼ିଶା ଫେରିଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁ ନିଖୋଜ । ଶନିବାର ରାତିରୁ ବିର୍ଜୁଙ୍କ କୌଣସି ଖବର ମିଳୁନାହିଁ ।
ରାଉରକେଲା: ପୁଣି ହଜିଗଲେ ବିରଜୁ କୁଲୁ ! ଦୀର୍ଘ ୨୦ ବର୍ଷ ପାକିସ୍ତାନ ଜେଲରୁ ଓଡ଼ିଶା ଫେରିଥିବା ସୁନ୍ଦରଗଡ଼ର ବିର୍ଜୁ କୁଲୁ ନିଖୋଜ । ଶନିବାର ରାତିରୁ ବିର୍ଜୁଙ୍କ କୌଣସି ଖବର ମିଳୁନାହିଁ । ତେବେ ବହୁଆଡେ ଖୋଜା ଖୋଜି ପରେ ସ୍ଥାନୀୟ ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି ତାଙ୍କ ଭଉଣୀ କୁତ୍ର।

ତେବେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିରଜୁଙ୍କ ଫଟୋ ଆଖପାଖ ଥାନାକୁ ପଠାଇଛି। ଏପରିକି ସୀମାବର୍ତ୍ତୀ ଛତିଶଗଡ଼ ରାଜ୍ୟର ଥାନାକୁ ମଧ୍ୟ ଖବର ଦିଆଯାଇଥିବା ସୁନ୍ଦରଗଡ଼ ଏସ୍ପି କହିଛନ୍ତି।
25 ବର୍ଷ ତଳେ ନିଖୋଜ ହୋଇଯାଇଥିବା ବିରଜୁଙ୍କୁ ଅକ୍ଟୋବର ୨୬ ତାରିଖରେ ପାକିସ୍ତାନ ଜେଲ୍ରୁ ଉଦ୍ଧାର କରାଯାଇଥିଲା । ପରେ ନଭେମ୍ବର ୧୩ ତାରିଖରେ ବିରଜୁଙ୍କୁ ତାଙ୍କ ଗାଁ କଟଙ୍ଗକୁ ଅଣାଯାଇଥିଲା । ରୋଜଗାର ପାଇଁ ଯାଇଥିବା ବେଳେ ଅନ୍ୟମନସ୍କ ଭାବେ ୨୫ ବର୍ଷ ତଳେ ପାକ୍ ସୀମାରେ ପଶିଯାଇଥିଲେ ବିରଜୁ । ସେବେ ଠାରୁ ଲାହୋର ଜେଲ୍ରେ ବନ୍ଦୀ ଜୀବନ ବିତାଉଥିଲେ ।












Click it and Unblock the Notifications