ସୁନ୍ଦରଗଡ଼ ବନ୍ଦ: କୋଶଳ ସମାଜର ୧୨ ଘଣ୍ଟିଆ ବନ୍ଦ ଡାକରା
Odisha News: ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି କୋଶଳ ସମାଜ । ତାମିଲନାଡୁରେ ଆଦିବାସୀ ଝିଅଙ୍କୁ ଚାକିରି ଦେବା ନାଁରେ ଶୋଷଣ ହେଉଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି । ପ୍ରାୟ ୯୦ ଆଦିବାସୀ ଝିଅଙ୍କୁ ଚାକିରି ଦେବା ନାଁରେ ଶୋଷଣା କରାଯାଉଥିବାର ଅଭିଯୋଗ ହୋଇଛି ।
ତେବେ ସଂଖ୍ୟା ଅଧିକ ରହିଛି ହେଲେ ରାଜ୍ୟ ସରକାର କି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ ବୋଲି ଅଭିଯୋଗ ଆଣିଛି । ପତ୍ରାପାଲି ଛକରେ ପିକେଟିଂ, ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି ।

ସ୍କୁଲ, କଲେଜ ଏବଂ ସରକାରୀ ଅଫିସ ସହ ଗମନାଗମନ ସମ୍ପୁର୍ଣ୍ଣ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ସହରର ମୁଖ୍ୟ ପ୍ରବେଶ ଦ୍ୱାର ସହିତ ବିଜୁ ଏକ୍ସପ୍ରେସ ୱେ'ର ପତ୍ରପାଲି ଛକ ଓ ଏମ୍ସିଏଲ ରାସ୍ତାର ବନ୍ଧପାଲି ଛକ ଠାରେ ରାସ୍ତା ଅବରୋଧ କରାଯାଇଥିବା ନେଇ ସୂଚନା ରହିଛି । ସୁରକ୍ଷାକୁ ଦୃଷ୍ଟିକେ ରଖି ପୋଲିସ ମୁତୟନ କରାଯାଇଛି ।












Click it and Unblock the Notifications