ସୁନାପୁର-ଋଷିକୁଲ୍ୟା ମୁହାଣ ହେବ ମେରାଇନ ଡ୍ରାଇଭ: ପୃଥ୍ବୀରାଜ ହରିଚନ୍ଦନ
ଗଞ୍ଜାମ ଜିଲାର ସମୁଦ୍ର ଉପକୂଳ ସୁନାପୁରଠାରୁ ଗୋପାଳପୁର ଦେଇ ଋଷିକୁଲ୍ୟା ମୁହାଣ ପର୍ଯ୍ୟନ୍ତ ମେରାଇନ ଡ୍ରାଇଭ ରାସ୍ତା ନିର୍ମାଣ ହେବ।
ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଞ୍ଜାମ ଜିଲା ଗସ୍ତରେ ଆସିଥିବାବେଳେ ଛତ୍ରପୁରଠାରେ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ଅତିଶୀଘ୍ର ପୂର୍ଣାଙ୍ଗ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

ଏହାର ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି। ୩୭ କିଲୋମିଟର ଏହି ଉପକୂଳ ଅଞ୍ଚଳ ସାମୁଦ୍ରିକ ବେଳାଭୂମିରେ ମେରାଇନ ଡ୍ରାଇଭ ନିର୍ମାଣ କରାଯିବ। ଯାହାକି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ। ରାଜ୍ୟ ସରକାର ପର୍ଯ୍ୟଟନ ଶିଳ୍ପକୁ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।












Click it and Unblock the Notifications