ମହାପ୍ରଭୁଙ୍କସୁନାବେଶ ! ମହଣ ମହଣ ସୁନାରେ ଆଭୂଷିତ ଚତୁର୍ଦ୍ଧାମୂର୍ତ୍ତି
ଧାର୍ଯ୍ଯ ନୀତି ନିର୍ଘଣ୍ଟ ପୂର୍ବରୁ ଅପରାହ୍ନ ୪.୪୫ ଠାରୁ ମହାପ୍ରଭୁଙ୍କ ଦିବ୍ୟ ଓ ଭବ୍ଯ ସୁନାବେଶ ଆରମ୍ଭ ହୋଇଛି। ଦୁର୍ଲଭ ବଡ଼ ତଢ଼ାଉ ବେଶ ବା ସୁନାବେଶରେ ଚତୁର୍ଦ୍ଧାମୂର୍ତ୍ତି ରଥ ଉପରେ ଦର୍ଶନ ଦେଉଛନ୍ତି। ଶ୍ରୀଜିଉମାନେ ରବିବାର ରାତି ୧୧ଟା ଯାଏଁ ସୁନାବେଶରେ ଦର୍ଶନ ଦେବେ। ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହୋଇଛି।

ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ପ୍ରତିଟି ଗଳିକୁ ସିଲ୍ କରିଦିଆଯାଇଛି। ପାସ୍ଧାରୀଙ୍କ ଗାଡ଼ି ବି ଛଡ଼ା ଯାଉନି। ଏକାଧିକ ଜାଗାରେ ବିବାଦ ହେବାରୁ ସହରବାସୀଙ୍କୁ ଗାଡ଼ି ନ କାଢ଼ିବାକୁ ନିବେଦନ କରିଛି ପୁଲିସ।












Click it and Unblock the Notifications