Get Updates
Get notified of breaking news, exclusive insights, and must-see stories!

ଆଜି ସୁନାବେଶ: ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ, ସନ୍ଧ୍ୟା ୫ଟାରୁ ବେଶ ଆରମ୍ଭ

ମହଣ ମହଣ ସୁନାରେ ଛାଉଣି ହେବେ ଦାରୁବ୍ରହ୍ମ । ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ବଡ଼ତଢ଼ାଉ ତଥା ସୁନାବେଶରେ ଦର୍ଶନ ଦେବେ ଶ୍ରୀବିଗ୍ରହ। ଗୁଣ୍ଡିଚା ଲୀଳା ସାରି ବାହୁଡ଼ିବା ପରେ ମହାପ୍ରଭୁ ସିଂହଦ୍ବାରରେ ବିଶ୍ରାମ ନେଇଛନ୍ତି । ରତ୍ନବେଦିକୁ ବାହୁଡ଼ିବା ପୂର୍ବରୁ ରଥାରୂଢ଼ ହୋଇ ସୁନାବେଶରେ ଝଟକିବେ ଜଗତାଧିପତି। ଆପାଦ ମସ୍ତକ ସୁନାରେ ସଜେଇ ହୋଇ ମହାପ୍ରଭୁ ରାଜବେଶରେ ଦର୍ଶନ ଦେଉଥିବାରୁ, ଏହି ବେଶ ସଂଦର୍ଶନ ପାଇଁ ବହୁ ଭକ୍ତ ଉତ୍କଣ୍ଠାରେ ପ୍ରତୀକ୍ଷା କରିଛନ୍ତି। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା ଓ ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।।

ସରିଛି ଜନ୍ମବେଦି ଲୀଳା। ନଅଦିନ ପରେ ଗୁଣ୍ଡିଚାବାଡ଼ିରୁ ମେଲାଣି ନେଇଛନ୍ତି ମହାପ୍ରଭୁ । ଲକ୍ଷ୍ମୀ ସାଆନ୍ତାଣୀ ଅଭିମାନ କରି ଫେରିଥିବାରୁ ସଅଳ ବାହୁଡ଼ିଛନ୍ତି ସାଆନ୍ତେ। ଅନୁକୂଳ ପାଗ ଭକ୍ତଙ୍କ ସଂଖ୍ୟା ବହୁଗୁଣିତ କରିଛି ।

୬ଲକ୍ଷରୁ ଊର୍ଧ୍ବ ଭକ୍ତଙ୍କ ଗହଣରେ ମାନବୀୟ ଲୀଳା ସଂରଚନା କରି ସିଂହଦ୍ବାରରେ ପହଞ୍ଚିଛନ୍ତି ଠାକୁରେ । ଘଣ୍ଟଘଣ୍ଟା ନାଦ, ହୁଳହୁଳି ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଛି ବଡ଼ଦାଣ୍ଡ। ରାତି ହୋଇଯିବାରୁ ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକମାଳା ସହ ରଥଟଣା ହୋଇଛି ।

ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହେବ । ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ସୁନାବେଶରେ ଦର୍ଶନ ଦେବା ପରେ ବେଶ ଓଲାଗି (ଖୋଲା ହେବ) ହେବ। ନୀତିକାନ୍ତି ସଅଳ ହେଲେ, ଅପରାହ୍ଣରୁ ସୁନାବେଶ ଦର୍ଶନର ସୁଯୋଗ ପାଇପାରିବେ ଭକ୍ତ । ଶୃଙ୍ଖଳିତ ଦର୍ଶନ ତଥା ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରତିବର୍ଷ ଭଳି ମାର୍କେଟ୍‌ ଛକରୁ ବଡ଼ଦାଣ୍ଡରେ ବାରିକେଡ୍‌ ବ୍ୟବସ୍ଥା କରାଯାଉଛି। ଭକ୍ତ ବଡ଼ଦାଣ୍ଡରେ ବାମପାର୍ଶ୍ବରୁ ଦର୍ଶନ ପାଇଁ ପ୍ରବେଶ କରିବେ। ରଥ ଆଗ ଦେଇ ଦର୍ଶନ ସାରିବା ପରେ ଡାହାଣ ପାର୍ଶ୍ବରେ ପ୍ରସ୍ଥାନ କରିବେ। ନିର୍ଘଣ୍ଟ ନୀତି ଅନୁଯାୟୀ, ରବିବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ। ସନ୍ଧ୍ୟା ୫ଟାରୁ ସୁନାବେଶ ଆରମ୍ଭ ହୋଇ ସାଢ଼େ ୬ଟା ଭିତରେ ଶେଷ ହେବ। ରାତି ୧୦ଟାରୁ ୧୧ଟା ଭିତରେ ସୁନାବେଶ ମଇଲମ(ଖୋଲାଯିବ) ହେବ। ୧୧ଟାରେ ଚନ୍ଦନଲାଗି, ରାତି ୧୨ଟାରେ ବଡସିଂହାର ବେଶ, ସାଢ଼େ ୧୨ଟାରେ ବଡ଼ସିଂହାର ଭୋଗ ଅନୁଷ୍ଠିତ ହେବ । ରାତି ସାଢ଼େ ଗୋଟାଏରେ ଶୟନ ଠାକୁର ବିଜେ କରିବେ। ଭୋର ୪ଟାରେ ହରିଶୟନ ନୀତି ପରେ ରାତ୍ର ପହୁଡ଼ ନୀତି ଅନୁଷ୍ଠିତ ହେବ ।

Suna Besha today Darubrahma will be enshrined in gold

ତାଳଧ୍ବଜ ଓ ଦର୍ପଦଳନ ସନ୍ଧ୍ୟା ସୁଦ୍ଧା ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲେ । ନନ୍ଦିଘୋଷ ରଥ ୭ଟା ୫୫ସୁଦ୍ଧା ଶ୍ରୀନଅର ନିକଟରେ ପହଞ୍ଚିବା ପରେ ଲକ୍ଷ୍ମୀନାରାୟଣ ଭେଟ ନୀତି ଅନୁଷ୍ଠିତ ହୋଇଥିଲା। ୯ଟା ସୁଦ୍ଧା ତିନି ରଥ ସିଂହଦ୍ବାର ଚକଡ଼ାରେ ବିଜେ କରିସାରିଥିଲେ ।

, ରଥଯାତ୍ରା ଦିନ ରଥ ପହଞ୍ଚି ପାରିନଥିବାରୁ ସଅଳ ବାହୁଡ଼ା ନୀତି ସମ୍ପନ୍ନ କରିବା ଉଦ୍ଦେଶ୍ୟ ନେଇ ନୀତିକାନ୍ତି ଆରମ୍ଭ ହୋଇଥିଲା। ସଅଳ ପହଣ୍ଡି ସହ ରଥଟଣା ୧ ଘଣ୍ଟା ୧୦ ମିନିଟ ପୂର୍ବରୁ ଆରମ୍ଭ ହୋଇଥିଲା ।

ପହଣ୍ଡି ଦିନ ୧୨ଟାରେ ଆରମ୍ଭ ହେବାର ଥିଲେ ହେଁ ସକାଳ ୯ଟା ୫୫ରେ ଆରମ୍ଭ ହୋଇ ଦିନ ୧୨ଟା ସୁଦ୍ଧା ଶେଷ ହୋଇଥିଲା । ଦିନ ୨ଟା ୫୦ରେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ, ୩ଟା ୨୮ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ ଅପରାହ୍ଣ ୪ଟାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣା ହୋଇଥିଲା। ମହାପ୍ରଭୁ ପହଣ୍ଡି ହୋଇ ଆସିବା ବେଳେ ପାଗ ଅନୁକୂଳ ଥିଲା। ମାତ୍ର ରଥ ଗଡ଼ିବା ପୂର୍ବରୁ ବର୍ଷା ଦାଣ୍ଡ ଧୋଇଦେଇଥିଲା। ଘର୍ଘର ନାଦରେ ବିନା ଦ୍ବିଧାରେ ରଥ ଗଡ଼ିଚାଲିଥିଲା।

ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ସକାଳ ୭ଟା ୦୫ରେ ମଙ୍ଗଳ ଆଳତି ହୋଇ ଅନ୍ୟାନ୍ୟ ନୀତି ବଢ଼ିଥିଲା। ସକାଳ ୯ଟା ୫୫ରେ ଚତୁର୍ଦ୍ଧାବିଗ୍ରହଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ‌ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା। ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ପହଣ୍ଡି ଶେଷ ହୋଇଥିଲା। ମଧ୍ୟାହ୍ନ ୧ଟା ୦୫ରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ୧ଟା ୧୫ରେ ବେଶ ‌ଶେଷ ହୋଇ ଛେରାପହଁରା ହୋଇଥିଲା। ଦିନ ୨ଟା ୪୦ ସୁଦ୍ଧା ଛେରାପହଁରା ଶେଷ ପରେ ଚାରମାଳ ଫିଟା ହୋଇ ଘୋଡ଼ା ସାରଥି ଲାଗିଥିଲା

। ସନ୍ଧ୍ୟା ସୁଦ୍ଧା ଦର୍ପଦଳନ ଓ ତାଳଧ୍ବଜ ରଥ ସିଂହଦ୍ବାର ଚକଡ଼ାରେ ପହଞ୍ଚିଥିଲେ। ଶ୍ରୀନଅର ନିକଟରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପାଦନ ଯୋଗୁଁ ନନ୍ଦିଘୋଷ ରଥ ବିଳମ୍ବରେ ପହଞ୍ଚିଥିଲା। ରାତି ୯ଟା ପରେ ନନ୍ଦିଘୋଷ ସିଂହଦ୍ବାର ଚକଡ଼ାରେ ପହଞ୍ଚିବା ପରେ ରଥଟଣା ଶେଷ ହୋଇଥିଲା। ଜୁଲାଇ ୬ ତାରିଖ ରବିବାର ସୁନାବେଶ, ୭ରେ ଅଧରନୀତି ଓ ଶ୍ରୀଗରୁଡ଼ ଶୟନ ନୀତି, ୮ରେ ତ୍ରୟୋଦଶୀରେ ନୀଳାଦ୍ରି ବିଜେ ନୀତି ପରେ ଚତୁର୍ଦ୍ଧାବିଗ୍ରହ ରତ୍ନ ସିଂହାସନକୁ ବିରାଜିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+