ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜୀଉ
ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ ।
ପୁରୀ: ଆଜି ହେଉଛି ମହାପ୍ରଭୁଙ୍କ ପବିତ୍ର ସୁନାବେଶ। ରଥ ଉପରେ ସୁନାବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜୀଉ। ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ମହାମାରୀ କରୋନା ପାଇଁ ଭକ୍ତ ଶୂନ୍ୟ ବଡ଼ଦାଣ୍ଡ । କିନ୍ତୁ ଟେଲିଭିଜନ୍ରେ ମହାପ୍ରଭୁଙ୍କୁ ଦୂରରୁ ଦର୍ଶନ କରି କୃତକୃତ୍ୟ ହେଉଛନ୍ତି ଭକ୍ତମାନେ ।

ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରରୁ ସୁନା ଆସିବା ପରେ ଶ୍ରୀଜୀଉଙ୍କୁ ସଜା ଯାଉଛି । ଗୋଟେ ପରେ ଗୋଟେ ନୀତି କାନ୍ତି ଅନୁଷ୍ଠିତ ହେଉଛି । ରଥଯାତ୍ରା ପ୍ରଭୁ ସୁନାବେଶରେ ଦର୍ଶନ ଦେଉଥିବାବେଳେ ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜୀଉ କିରୀଟ, ଶ୍ରୀପୟର, ଶ୍ରୀଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ବାହାଡାମାଳି, ତାବିଜ ମାଳି, ସେବତୀ ମାଳି, ହଳ ଓ ମୂଷଳରେ ସଜେଇ ହୋଇଛନ୍ତି।
ସୁନାବେଶ ପାଇଁ ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ସେହି ସ୍ଥାନ ଗୁଡ଼ିକ ହେଲା ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତା। ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ କର୍ଫ୍ୟୁ। ତେବେ ସୁନାବେଶ ବା ରାଜବେଶ ବା ବଡ଼ତଢାଉ ବେଶ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ବିଶେଷ ବେଶ।
ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି। କେବଳ ଥରେ ମାତ୍ର ଭକ୍ତ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ସୁନାବେଶ ଦର୍ଶନ କରିଥାଆନ୍ତି।












Click it and Unblock the Notifications