ସୁନାରେ ସଜେଇ ହେବେ ମହାବାହୁ,ରଥ ଉପରକୁ ଆସୁଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାର ଅଳଙ୍କାର
ପୁରୀ : ସୁନା ବେଶରେ ଦର୍ଶନ ଦେବେ ରଥାରୁଢ ଚତୁର୍ଦ୍ଧା ମୂର୍ତ୍ତି । ମହଣ ମହଣ ସୁନାରେ ବିଭୂଷିତ ହେବେ ମହାପ୍ରଭୁ । ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ।

ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।। ଏଥିପାଇଁ ପ୍ରସ୍ତୁତି ପର୍ବ ଜାରି ରହିଛି। ଏହାରି ମଧ୍ୟରେ ରତ୍ନଭଣ୍ଡାରରୁ ରଥ ଉପରକୁ ଅଳଙ୍କାର ପହଞ୍ଚିଛି।
ଏହାସହ ଶୃଙ୍ଖଳିତ ସୁନାବେଶ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ ବଢିବନି ସୁନାବେଶ ଦର୍ଶନ ସମୟ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପକ୍ଷରୁ ସୂଚନା ମିଳିଛି । ଯେଉଁ ସମୟ ନିର୍ଦ୍ଦଣ୍ଟ ହୋଇଛି, ସେତିକି ସମୟରେ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ । ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ ।












Click it and Unblock the Notifications