ବର୍ଷକୁ ୫ ଥର ହୁଏ ସୁନାବେଶ ନୀତି: କେବେ କେବେ ହୁଏ ସୁନାବେଶ ?
ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦୁର୍ଲଭ ସୁନାବେଶ । କୁହାଯାଏ ଚର୍ମ ଚକ୍ଷୁରେ ଏହି ବେଶର ଦର୍ଶନ ପାଇଁ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ଆଷାଢ ମାସର ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିର ସମ୍ମୁଖରେ ବଡ଼ଠାକୁରଙ୍କ ୩ ରଥ ପହଞ୍ଚିବା ପରେ ମହାବାହୁଙ୍କ ସୁନାବେଶ ହୋଇଥାଏ ।
ମାତ୍ର ଏହା ପୂର୍ବରୁ ଅନ୍ୟ ସମୟରେ ମଧ୍ୟ ଚତୁର୍ଦ୍ଧାବିଗ୍ରହ ସୁନାବେଶର ସଜ୍ଜିତ ହୋଇଥାନ୍ତି । ତେବେ ଆସନ୍ତୁ ଜାଣିବା କେବେ କେବେ ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ଏହି ବିଦ୍ୟ ସୁନାବେଶ...
ବର୍ଷରେ ୫ ଥର ମହାପ୍ରଭୁଙ୍କ ସୁନାବେଶର ପରମ୍ପରା ରହିଥିବା ବେଳେ ରଥ ଉପରେ ଥରେ ଏହି ବେଶ ହୋଇଥାଏ । ଆଶାଢ ଶୁକ୍ଳ ଏକାଦଶୀରେ ସିଂହଦ୍ୱାରରେ ରଖାଯାଇଥିବା ତିନି ରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି । ଶ୍ରୀଜିଉଙ୍କ ମଧ୍ୟାହ୍ନ ଧୂପ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ ।
ଏତଦ୍ ବ୍ୟତୀତ ଶ୍ରୀଜିଉମାନଙ୍କୁ ମନ୍ଦିର ଭିତରେ ୫ ଥର ସୁନାବେଶ କରାଯାଇଥାଏ । ଦଶହରା, କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା ଓ ଦୋଳ ପୂର୍ଣ୍ଣିମାରେ ମଧ୍ୟ ମହାପ୍ରଭୁଙ୍କୁ ସୁନାବେଶ କରାଯାଏ। ସୁନାବେଶକୁ 'ବଡ଼ତଡ଼ାଉ' ବେଶ ମଧ୍ୟ କହିଥାନ୍ତି । ଇତିହାସ କହିଥାଏ, ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରଥମେ ଶ୍ରୀଜିଉମାନଙ୍କୁ ସୁନାବେଶ କରାଯାଇଥିଲା। ରଥ ଉପରେ ମଧ୍ୟାହ୍ନ ଧୂପପରେ ସୁନାବେଶ ହୋଇଥାଏ । ଏହି ଦିନ ଠାକୁରଙ୍କୁ ସନ୍ଧ୍ୟା ଆଳତି ଓ ସନ୍ଧ୍ୟାଧୂପ ରଥ ଉପରେ ଅନୁଷ୍ଠିତ ହୋଇଥାଏ । ଅତୀତରେ ସର୍ବାଧିକ ୧୩୮ ପ୍ରକାର ଅଳଙ୍କାରରେ ଶ୍ରୀଜିଉମାନଙ୍କୁ ସୁନାରେ ବେଶ କରାଯାଇଥିଲା ।

କେବେ କେବେ ହୁଏ ସୁନାବେଶ ?
ପୌଷ ପୂର୍ଣ୍ଣିମା
ଦୋଳ ପୂର୍ଣ୍ଣିମା
ବାହୁଡ଼ା ଏକାଦଶୀ
କାର୍ତ୍ତିକ ପୂର୍ଣ୍ଣିମା
ବିଜୟାଦଶମୀ
ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନ ଉପରେ ଶ୍ରୀଜିଉମାନେ କାର୍ତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା ତିଥି ଗୁଡ଼ିକରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ଓ କେବଳ ଥରେ ମାତ୍ର ସମସ୍ତବର୍ଗର ଜନତାଙ୍କ ପାଇଁ ଆଷାଢ଼ ଶୁକ୍ଲ ଏକାଦଶୀଦିନ ସିଂହଦ୍ୱାରଠାରେ ରଖାଯାଇଥିବା ତିନିରଥ ଉପରେ ସୁନାବେଶରେ ସଜ୍ଜିତ ହୋଇଥାନ୍ତି ।
କେଉଁ ଠାକୁର ପିନ୍ଧିଥାନ୍ତି କେଉଁ ଅଳଙ୍କାର ?
ବଡ଼ଭାଇ ବଳଭଦ୍ର:
ଅଳଙ୍କାର ଗୁଡ଼ିକ ହେଉଛି ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡ଼ିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ବାହାଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ବାଘନଖି ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ହଳ ଏବଂ ମୁଷଳ ।
ଭଉଣୀ ସୁଭଦ୍ରା:
କିରୀଟ, ଓଡ଼ିଆଣୀ, କାନ ଚନ୍ଦ୍ରସୂର୍ଯ୍ୟ, ଘାଗଡ଼ା ମାଳି, କଦମ୍ବ ମାଳି, ତଗଡ଼ି ଓ ସେବତୀ ମାଳି ଭଳି ଆଭୁଷଣ ପରିଧାନ କରିଥାନ୍ତିି ।
ପ୍ରଭୁ ଜଗନ୍ନାଥ :
ଜଗମୋହନଙ୍କ ଶ୍ରୀଅଙ୍ଗରେ ମଧ୍ୟ କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଚନ୍ଦ୍ରସୂର୍ଯ୍ୟ ଇତ୍ୟାଦି ସହିତ ଆଡ଼କାନି, ହରିଡ଼ା ମାଳି, ଘାଗଡ଼ା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ତାବିଜ ମାଳି, ସେବତୀ ମାଳି, ତ୍ରିଖଣ୍ଡିକା କମରପଟି, ସୁବର୍ଣ୍ଣ ଚକ୍ର ଏବଂ ରୋପ୍ୟ ଶଙ୍ଖରେ ବିଭୁଷିତ ହୋଇଥାନ୍ତି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications