ସନ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ମେଡିକାଲକୁ ସାମୟିକ ଭାବେ ବନ୍ଦ କଲା ଜିଲ୍ଲା ପ୍ରଶାସନ
ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ। ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନି।
କଟକ: ସାମୟିକ ଭାବେ ବନ୍ଦ ହେଲା ସନ୍ ହସ୍ପିଟାଲ। ଅଗ୍ନି ନିରାପତ୍ତା ଆଇନ ଖିଲାପ କରିବା ସହ ବେଆଇନ ଭାବେ ଚାଲିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ। କଟକ ସନ୍ ହସ୍ପିଟାଲରେ ଗତ ୨ ତାରିଖରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା।

ହସ୍ପିଟାଲରେ କୌଣସି ରୋଗୀ ଚିକିତ୍ସା କି ଡାକ୍ତରୀ ପରୀକ୍ଷା ହେବନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ମେଡିକାଲରେ ଅଗ୍ନିକାଣ୍ଡ ଲାଗିବା ନେଇ କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଜିଲ୍ଲା ପ୍ରଶାସନ । ତେବେ ସେଥିରେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଶେଷରେ ହସ୍ପିଟାଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ହସ୍ପିଟାଲ୍ ପରିଚାଳନା ପାଇଁ ସମସ୍ତ ଲାଇସେନ୍ସ ଓ ଅଗ୍ନି ନିରାପତ୍ତା ଲାଇସେନ୍ସ ଆଣିବା ପରେ ଖୋଲିବା ନେଇ ନିଷ୍ପତି ଗ୍ରହଣ କରାଯିବ ।












Click it and Unblock the Notifications