For Quick Alerts
Turn On Notification  
For Daily Alerts
Oneindia App Download

ଫେରିଲା ସୂର୍ଯ୍ୟ-ଚନ୍ଦ୍ର : ଶ୍ରୀମନ୍ଦିର ଆସିଲା ମହାପ୍ରଭୁଙ୍କର ନାଗାର୍ଜୁନ ବେଶ ସାମଗ୍ରୀ

ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶେଷରେ ଶ୍ରୀମନ୍ଦିରକୁ ଫେରିଛି ।

|

ପୁରୀ : ମହାପ୍ରଭୁଙ୍କର ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶେଷରେ ଶ୍ରୀମନ୍ଦିରକୁ ଫେରିଛି । ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶିଳ୍ପୀ ବସନ୍ତ ମହାରଣା । ବେଶ କାରିଗରଙ୍କୁ ସେବାୟତ ଏହି ସୂର୍ଯ୍ୟ-ଚନ୍ଦ୍ର ଫେରାଇଛନ୍ତି ।
ଏଠାରେ ସୂଚନାଥାଉକି, ନାଗାର୍ଜୁନ ବେଶ ପରେ ମହାପ୍ରଭୁଙ୍କର ନାଗାର୍ଜୁନ ବେଶରୁ ସୂର୍ଯ୍ୟ-ଚନ୍ଦ୍ର କେହି ନେଇଯିବା ନେଇ ତନାଘନା ଆରମ୍ଭ ହୋଇଥିଲା । ଏହି ସୂର୍ଯ୍ୟ-ଚନ୍ଦ୍ର ଜଣେ ସେବାୟତଙ୍କ ଘରକୁ ଯାଇଥିବା ଅଭିଯୋଗ ହୋଇଥିଲା ।

ନାଗାର୍ଜୁନ ବେଶ

ଠାକୁରଙ୍କୁ ଲାଗୁ ହୋଇଥିବା ବେଶ ସଂଗ୍ରହାଳୟରେ ରଖାଯିବ ବୋଲି ପୂର୍ବରୁ ନିଷ୍ପତି କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ଏହି ପରିପ୍ରେକ୍ଷିରେ କାହା ନିର୍ଦ୍ଦେଶରେ ସେବାୟତଙ୍କ ଘରକୁ ସୂର୍ଯ୍ୟ-ଚନ୍ଦ୍ର ଗଲା ତାକୁ ନେଇ ପ୍ରଶ୍ନ ଉଠିଥିଲା । ଏହାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ନୀତି ପ୍ରଶାସକ ବେଶ ସରିବା ପରେ ସରଞ୍ଜାମକୁ କେଉଁଠି ରଖାଯାଇଥିଲା ଏବଂ ବାସ୍ତବରେ ଏହି ବେଶ ମଧ୍ୟରୁ କିଛି ସାମଗ୍ରୀ ବାହାରକୁ ଯାଇଛି କି ନାହିଁ ତାର ତଦନ୍ତ କରିଥିଲେ । ଆଜି ମହାପ୍ରଭୁଙ୍କର ସୂର୍ଯ୍ୟ-ଚନ୍ଦ୍ର ଫେରାଇଛନ୍ତି ସେବାୟତ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Sun and Moon of Nagarjuna Besha Returned to Sri Mandri Puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X