For Quick Alerts
Turn On Notification  
For Daily Alerts
Oneindia App Download

ଆଜିଠୁ ମାଟ୍ରିକ ସମେଟିଭ୍ -୧ ପରୀକ୍ଷା

ଆଜିଠୁ ମାଟ୍ରିକ ସମେଟିଭ୍ -୧ ପରୀକ୍ଷା

|

ଭୁବନେଶ୍ୱର: ଆଜିଠୁ ମାଟ୍ରିକ ସମେଟିଭ୍ -୧ ପରୀକ୍ଷା ଆରମ୍ଭ । ସକାଳ ୧୦ଟାରୁ ଆରମ୍ଭ ହୋଇଛି ପରୀକ୍ଷା । ପ୍ରତିଦିନ ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପ୍ରଶ୍ନ ପତ୍ର ଖୋଲାଯିବା ନେଇ ସୂଚନା ରହିଛି । ୩୦୨୯ଟି କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୦ ହଜାର ୭୧୨ ଜଣ ପରୀକ୍ଷାର୍ଥୀ । ସେହିପରି ମଧ୍ୟମାରେ ୨ ହଜାର ୯୧୪ ଜଣ ପରୀକ୍ଷାର୍ଥୀଙ୍କ ପାଇଁ ୧୦୮ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଥିବା ବେଳେ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପାଇଁ ୭୧୮୧ ଜଣ ପରୀକ୍ଷାର୍ଥୀ ୧୪୬ଟି କେନ୍ଦ୍ରରେ ପରୀକ୍ଷା ଦେବେ । ନକ୍ସଲ ପ୍ରଭାବିତ ଅଞ୍ଚଳ କନ୍ଧମାଳରେ ୭ଟି, ମାଲକାନଗିରିରେ ୧୦ଟି ଏବଂ କୋରାପୁଟରେ ୫ଟି ଥାନାରେ ନୋଡ଼ାଲ ସେଣ୍ଟର କରାଯାଇଛି ।

Odisha Matricm Exam

ଆଜି ଅର୍ଥାତ୍ ପ୍ରଥମ ଦିନରେ ଇଂରାଜୀ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ୨୫ରେ ଗଣିତ ଓ ୨୬ରେ ମାତୃଭାଷା, ୨୭ରେ ପ୍ରାକ୍ଟିକାଲ, ୨୮ରେ ସାଧାରଣ ବିଜ୍ଞାନ, ୨୯ରେ ସାମାଜିକ ବିଜ୍ଞାନ ଏବଂ ୩୦ ତାରିଖରେ ତୃତୀୟ ଭାଷାର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର ଭିତରକୁ କେବଳ କଲମ ଓ ଆର୍ଡମିଟ୍ କାର୍ଡ ନେବା ପାଇଁ ଅନୁମତି ରହିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Summative Assessment exam starts today for matriculation
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X