Sulia Jatra: ପୁଣି ରକ୍ତରେ ଭିଜିଲା ଶୁଲିଆ ପୀଠ; ଦିଆଗଲା ଶହ ଶହ ସଂଖ୍ୟାର ପଶୁ ବଳି
ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ଯାତ୍ରା । ବଲାଙ୍ଗିରରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରାରେ ପୁଣି ପଡ଼ିଛି ପଶୁ ବଳି। ଦେଓଗାଁର ଖଇରଗୁଡ଼ା ବଡ଼ଖଳାରେ ଶୋଭାଯାତ୍ରା ପହଞ୍ଚିଛି । ସେପଟେ କୁମୁରିଆର ସାନଖଳାରେ ମଧ୍ୟ ଶୋଭାଯାତ୍ରା ପହଞ୍ଚିଛି ।
ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଶୋଭାଯାତ୍ରାରେ ଯାଇଛନ୍ତି ଆଦିବାସୀ ଲୋକେ । କଟକଣା ନ ଥିବାରୁ ବହୁତ ସଂଖ୍ୟାରେ ପଶୁ ବଳୀ ପଡ଼ିଛି । ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।
ମାନସିକଧାରୀ ଆସି ଦେଇଛନ୍ତି ବଳି । କିଏ କୁକୁଡ଼ା ତ ଆଉ କିଏ ଛେଳି ବଳି ଦେଇଛନ୍ତି । କିଏ ପାରା ତ ଆଉ କିଏ ପୋଢ଼ ବଳି ମଧ୍ୟ ଏହି ଯାତ୍ରାରେ ଦେଇଛନ୍ତି । ହଜାର ହଜାର ଭକ୍ତଙ୍କ ମଧ୍ୟରେ ବଳି ପଡି ରକ୍ତ ରଞ୍ଜିତ ହୋଇଛି ପୀଠ ।

ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ହୋଇଥାଏ । ଦେଓଗାଁ ବ୍ଲକ ଖଇରଗୁଡାର ବଡ଼ଖଳା ଓ କୁମୁରିଆର ସାନ ଖଳାରେ ପୂଜା ପରେ ବଳି ପଡିଥାଏ । ପ୍ରଥମେ ପାଟ ଭୁକା ଧଳା ଗଞ୍ଜା ବଳି ପଡିବା ପରେ ଭକ୍ତ ଆଣିଥିବା ପଶୁପକ୍ଷୀଙ୍କ ବଳି ପଡିଥାଏ ।
ବଳିପ୍ରଥା ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ବୈଠକରେ ଅନୁରୋଧ କରିଥିଲେ । ହେଲେ ବଳି ନେଇ ଜିଦରେ ଅଟଳ ରହିଛି ଶୁଲିଆ ଯାତ୍ରା କମିଟି । ଆଦିବାସୀ ପରମ୍ପରା ଓ ରୀତିନୀତି ଅନୁସାରେ ବଳି ପଡିଛି । ପ୍ରତିବର୍ଷ ପୌଷ ମାସ ଶୁକ୍ଳପକ୍ଷ ପ୍ରଥମ ମଙ୍ଗଳବାର ଦିନ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଭୋରରୁ ମୁଖ୍ୟ ପୂଜକ ଓ ଦେହୁରୀମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ପୀଠରେ ପହଞ୍ଚିଥିଲେ । ପୀଠରେ ନିଶିପୂଜା ପରେ ପୂଜାର୍ଚ୍ଚନା କରାଯାଇଥାଏ । ତାପରେ ପ୍ରଥମେ କୁକୁଡ଼ା ବଳି ଦେଇ ଶୁଳିଆ ବୁଢାକୁ ଭୋଗ ଅର୍ପଣ କରାଯାଇଥିଲା । ମାନସିକଧାରୀ ମାନେ ଆଣିଥିବା ପୋଢ଼, ବେତା, ମେଣ୍ଢା, କୁକୁଡ଼ା, ବତକ ଶହ ଶହ ସଂଖ୍ୟାରେ ବଳି ଦେଇଥିଲେ । ପଶୁପକ୍ଷୀଙ୍କ ରକ୍ତରେ ଖଇରଗୁଡ଼ାର ବଡ଼ଖଳା ଓ କୁମୁରିଆର ସାନଖଳା ରକ୍ତରଞ୍ଜିତ ହୋଇଥିଲା ।
ବଳିପ୍ରଥା ବନ୍ଦ କରିବା ପାଇଁ ପୂର୍ବରୁ କିଛି ସ୍ବେଚ୍ଛାସେବୀ ସଂଗଠନ ଓ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲା । କିଛି ବର୍ଷ ଧରି ଜିଲ୍ଲା ପ୍ରଶାସନ ପକ୍ଷରୁ ବଳିପ୍ରଥା ବନ୍ଦ କରିବାକୁ ଯାତ୍ରା ସ୍ଥଳରେ ୧୪୪ଧାରା ଜାରି କରାଯାଇଥିଲା । ତେବେ ୨୦୧୫ ଡିସେମ୍ବର ୨୯ ତାରିଖରେ ସୁପ୍ରିମକୋର୍ଟ ରାୟରେ ଆଦିବାସୀଙ୍କ ପରମ୍ପରାରେ କେହି ହସ୍ତକ୍ଷେପ ପରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ । ତା'ପରଠାରୁ ପ୍ରତିବର୍ଷ ଶୁଲିଆ ପୀଠରେ ପଶୁ ବଳି ପଡ଼ିଆସୁଛି ।












Click it and Unblock the Notifications