ଆଇଇଡି ବିସ୍ଫୋରଣରେ ସୁକୁମା ASP ଆକାଶ ରାଓ ଗିରପୁଞ୍ଜେ ସହିଦ
ଛତିଶଗଡ଼ର ସୁକୁମା ଜିଲ୍ଲାର କୋଣ୍ଟା ଅଞ୍ଚଳରେ ନକ୍ସଲମାନଙ୍କ ଦ୍ୱାରା କରାଯାଇଥିବା ଏକ ଆଇଇଡି ବିସ୍ଫୋରଣରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି। ଛତିଶଗଡ଼ ସୁକମା ଜିଲ୍ଲା ଦୋନ୍ଦ୍ରାରେ IED ବ୍ଲାଷ୍ଟ ହୋଇଥିବା ଜଣାପଡିଛି।

ପାଟ୍ରୋଲିଂ କରୁଥିବାବେଳେ ହୋଇଥିଲା ବିସ୍ଫୋରଣ । ଏଥିରେ ASP ଆକାଶ ରାଓ ଗିରପୁଞ୍ଜେଙ୍କ ସହ କିଛି ଯବାନ ଆହତ ହୋଇଥିଲେ। ଘଟଣା ପରେ ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ASP ଆକାଶ ରାଓ ଗିରପୁଞ୍ଜେଙ୍କ ମୃତ୍ୟୁ ହୋଇଥିଲା। ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ଯୋଗୁଁ ସମଗ୍ର ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି। ବିସ୍ଫୋରଣରେ କୋଣ୍ଟା ପୁଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଏବଂ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି, ଯାହାଙ୍କ ଚିକିତ୍ସା ଚାଲିଛି। ପୁଲିସ ଏବଂ ସୁରକ୍ଷା ବାହିନୀ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି।












Click it and Unblock the Notifications