Sujit Kumar: ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ସୁଜିତ୍ କୁମାର

ରାଜ୍ୟସଭା ଉପନିର୍ବାଚନରେ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେଲେ ସୁଜିତ୍ କୁମାର । ଏକମାତ୍ର ପ୍ରାର୍ଥୀ ଭାବେ ବିଜେପିରୁ ଦାଖଲ କରିଥିଲେ ନାମାଙ୍କନ। ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ପରେ ସାଂସଦ ସୁଜିତ୍ କୁମାରଙ୍କ ପ୍ରତିକ୍ରିୟା । ସଂସଦରେ କଳାହାଣ୍ଡି ତଥା ଓଡ଼ିଶା ପ୍ରସଙ୍ଗ ଉଠାଇବେ କହିଲେ । ବିଜେଡିରୁ ନେତା ମୁହଁ ଫେରାଇବା ଆରମ୍ଭ କଲେଣି।କଳାହାଣ୍ଡିର ୮୦% ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶି ସାରିଲେଣି। ଆଗାମୀ ଦିନରେ ଅନେକ ନେତା ବିଜେପିରେ ମିଶିବେ । କେଉଁ ବିଜେଡି ରାଜ୍ୟସଭା ସାଂସଦ ଯୋଗାଯୋଗରେ ଅଛନ୍ତି ଜାଣିନି। ସେମାନେ ପାର୍ଟି ସହ ଯୋଗାଯୋଗରେ ଥିବେ କହିଲେ ସୁଜିତ୍ ।

Sujit Kumar

ପୂର୍ବତନ ରାଜ୍ୟସଭା ସାଂସଦ ସୁଜିତ କୁମାର ସୋମବାର ବିଜେପି ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଥିଲେ। ବିଜେପି କେନ୍ଦ୍ରୀୟ ସଂସଦୀୟ ବୋର୍ଡ ପକ୍ଷରୁ ସୁଜିତ କୁମାରଙ୍କୁ ରାଜ୍ୟସଭା ଉପନିର୍ବାଚନରେ ପ୍ରାର୍ଥୀ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହାପରେ ଶ୍ରୀ କୁମାର ବିଧାନସଭା ପରିସରକୁ ଯାଇ ତାଙ୍କର ନାମାଙ୍କନ ଦାଖଲ କରିଥିଲେ। ଏହି ନାମାଙ୍କନପତ୍ର ଦାଖଲବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କେ ଭି ସିଂହଦେଓ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳୀୟ ବିଧାୟକ ଓ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ। ସୁଜିତ କୁମାର ବିଜେପି ଟିକେଟ୍‌ରେ ନାମାଙ୍କନ ପତ୍ର ଦାଖଲ କରିବା ପରେ ବିଜେପି ରାଜ୍ୟ ସଭାପତି ମ‌ନମୋହନ ସାମଲ କହିଥିଲେ ଯେ ସେ ରାଜ୍ୟସଭାକୁ ମନୋନୀତ ହେଲେ ଓଡ଼ିଶାର ସ୍ୱାର୍ଥ ପାଇଁ ଉଠୁଥିବା ସ୍ୱର ଅଧିକ ସୁଦୃଢ଼ ହେବ। ସେହିପରି ସୁଜିତ କୁମାର କହିଥିଲେ ଯେ ରାଜ୍ୟ ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ ଜାରି ରହିବ।

ସୁଜିତ କୁମାର ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କର ୧କୋଟି ୯୨ଲକ୍ଷ ୭୪ହଜାର ୨୫୦ଟଙ୍କାର ସମ୍ପତ୍ତି ଥିବାବେଳେ ୮୮ଲକ୍ଷ ୭୨ହଜାର ୨୦୮ଟଙ୍କାର ଋଣ ଅଛି । ସୂଚନାଯୋଗ୍ୟ ଯେ ପୂର୍ବରୁ ବିଜେଡିରୁ ରାଜ୍ୟସଭା ଯାଇଥିବା ସୁଜିତ କୁମାର ସେପ୍ଟେମ୍ବର ୬ରେ ରାଜ୍ୟସଭା ସାଂସଦ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ପଦବିଟି ଖାଲି ପଡ଼ିବାରୁ ଏଥିପାଇଁ ଏବେ ଉପନିର୍ବାଚନ ହେଉଛି। ସୁଜିତଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ରେ ଶେଷ ହେବାକୁ ଥିବାବେଳେ ସେ ଆଗୁଆ ଇସ୍ତଫା ଦେଇଥିଲେ। ତେଣୁ ଏବେ ସୁଜିତ କୁମାର ପୁଣି ନିର୍ବାଚିତ ହେଲେ ତାଙ୍କର କାର୍ଯ୍ୟକାଳ ଏପ୍ରିଲ ୨, ୨୦୨୬ ପର୍ଯ୍ୟନ୍ତ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+