VRS ନେବେ ସୁଜାତା କାର୍ତ୍ତିକେୟନ, କେନ୍ଦ୍ର ନିକଟରେ ଆବେଦନ କରିଥିବା ସୂଚନା !
ଚାକିରି ଛାଡିଲେ ବହୁ ଚର୍ଚ୍ଚିତ IAS ଅଫିସର ସୁଜାତା ଆର କାର୍ତ୍ତିକେୟନ! ତେବେ ସେ ନିଜ କାମ ପାଇଁ ଯେତିକି ଚର୍ଚ୍ଚାରେ ନଥିଲେ ବରଂ ତାଙ୍କ ସ୍ୱାମୀ ଭିକେ ପାଣ୍ଡିଆନଙ୍କ ପାଇଁ ସେତିକି ଚର୍ଚ୍ଚାର ଥିଲେ। ପ୍ରଥମେ ସ୍ୱାମୀ ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ଏବେ ସ୍ତ୍ରୀ ବି ଚାକିରି ଛାଡି ଦେଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି।

ସୁଜାତା ଆର କାର୍ତ୍ତିକେୟନ ଭିଆରଏସ ନେଇଥିବା ସୂଚନା ମିଳିଛି। ସୁଜାତାଙ୍କ ଭିଆରଏସକୁ ମଧ୍ୟ କେନ୍ଦ୍ର ମଞ୍ଜୁରି ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ୨୦୦୦ ବ୍ୟାଚର IAS ଅଫିସର ହେଉଛନ୍ତି ସୁଜାତା କାର୍ତ୍ତିକେୟନ। ଏନେଇ ଆଜି ପ୍ରକାଶ ପାଇପାରେ ବିଜ୍ଞପ୍ତି।
ଚାକିରି ଛାଡିଲେ ସୁଜାତା: ହଁ ସୁଜାତା ପାଣ୍ଡିଆନ ଏବଂ ଭିକେ ପାଣ୍ଡିଆନ। ଦୁହେଁ ବ୍ୟାଚମେଣ୍ଟ। ଆଉ ସାଙ୍ଗରେ ଚାକିରି ମଧ୍ୟ କରିଥିଲେ। ହେଲେ ରାଜନୀତିରେ ଯୋଗ ଦେବା ପାଇଁ ୨୦୨୪ ମସିହାରେ ଭିକେ ପାଣ୍ଡିଆନ IAS ଚାକିରି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ଆଉ ସେତେବେଳେ ସୁଜାତାଙ୍କୁ ମଧ୍ୟ ତତକାଳୀନ ସରକାର ବଡ଼ ଦାୟିତ୍ୱ ଦେଇଥିଲେ।
ଆଉ ସୁଜାତା ଥିଲେ ମିଶନ ଶକ୍ତିର ସଚିବ। ମିଶନ ଶକ୍ତି ଥିଲା ସୁଜାତାଙ୍କ ହାତରେ। ହେଲେ ସରକାର ବଦଳିବା ସହ ସବୁକିଛି ବଦଳିଗଲା। ଆଉ ସ୍ୱାମୀଙ୍କ ପରେ ପରେ ଏବେ ସ୍ତ୍ରୀ ସୁଜାତା ପାଣ୍ଡିଆନ ମଧ୍ୟ ଚାକିରି ଛାଡି ଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି।












Click it and Unblock the Notifications