ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ସୁଜାତା ଆର କାର୍ତ୍ତିକେୟନଙ୍କୁ ମିଳିଲା ନୂଆ ଦାୟିତ୍ଵ
ଅଭିଯୋଗ ପରେ ବଦଳିଲା ସୁଜାତାଙ୍କ ଦାୟିତ୍ଵ । ୨୦୦୦ ବ୍ୟାଚ୍ ଆଇଏଏସ୍ ସୁଜାତା ଆର କାତ୍ତିକେୟନଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟାଇ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଅନ୍ୟପଟେ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ଦାୟିତ୍ୱ ମିଳିଛି।

ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଗୁରୁବାର ଭାରତର ନିର୍ବାଚନ କମିଶନ(ଇସିଆଇ)ଙ୍କ ନିକଟରେ ଫେରାଦ ହେବା ପରେ ମିଶନ ଶକ୍ତି ସଚିବରୁ ସୁଜାତାଙ୍କୁ ବଦଳି କରିଥିଲେ ନିର୍ବାଚନ ଆୟୋଗ। ଏବେ ତାଙ୍କୁ ଅର୍ଥ ଭଳି ପ୍ରମୁଖ ବିଭାଗରେ ନିଯୁକ୍ତି ମିଳିଛି।
କ୍ଷମତାର ଦୁରୁପଯୋଗ କରି ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ଧମକଚମକ ଦେଇ ବିଜେଡି ସପକ୍ଷରେ ଭୋଟ କରାଇବା ନିମନ୍ତେ ସୁଜାତା ପ୍ରୟାସ କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଥିଲା। ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିର୍ବାଚନ ସରିବା ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟରୁ ନିବୃତ୍ତ ରଖିବାକୁ ଭାଜପାର ସେଣ୍ଟ୍ରାଲ ଟିମ ଦାବି କରିଥିଲା। ସୁଜାତାଙ୍କ ବ୍ୟତୀତ ବରିଷ୍ଠ ଆଇଏଏସ ଅଧିକାରୀ ଶାଲିନୀ ପଣ୍ଡିତଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ନିଯୁକ୍ତି କରାଯାଇଛି।












Click it and Unblock the Notifications