କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘୃଣ୍ୟ ଏବଂ ନିନ୍ଦନୀୟ: ABVP
କିଟ୍ ବିଶ୍ୱବିଦ୍ୟାଳୟ ଆନ୍ତର୍ଜାତୀୟ ହଷ୍ଟେଲରେ ବିଟେକ୍ ପ୍ରଥମ ବର୍ଷର ପ୍ରିଶା ଶାହ ନାମକ ଆଉ ଜଣେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ନେଇ ଏବିଭିପି ବିକ୍ଷୋଭ କରିଛି ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ଏହା ଉପରେ ଗଭୀର ଦୁଃଖ ପ୍ରକାଶ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶା ମୃତ ନେପାଳୀ ଛାତ୍ରଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରୁଛି।

କୀଟ ବିଶ୍ୱବିଦ୍ୟାଳୟରେ ଏପରି ଘଟଣା ବାରମ୍ବାର ଘଟୁଥିବା ଅତ୍ୟନ୍ତ ଚିନ୍ତାଜନକ ଏବଂ ଏବିଭିପିର ଏହା ସ୍ପଷ୍ଟ ମତଯେ ଏହି ପ୍ରକାରର କାର୍ଯ୍ୟ ଘୃଣ୍ୟ ଏବଂ ନିନ୍ଦନୀୟ ଏବଂ ରାଜ୍ୟ ସରକାର ନୀରବ ବୋଲି ଏବିଭିପି ପ୍ରଶ୍ନ ଉଠାଇଛି । ଏବିଭିପି ଓଡ଼ିଶା ପୂର୍ବର ରାଜ୍ୟ ସମ୍ପାଦକ କହିଛନ୍ତି ଏବିଭିପି ଦାବି କରୁଛି ଯେ ଛାତ୍ରଙ୍କୁ ନ୍ୟାୟ ଦିଆଯାଉ ଏବଂ କୀଟ ବିଶ୍ୱବିଦ୍ୟାଳୟର ପ୍ରଶାସନ ଏବଂ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।












Click it and Unblock the Notifications