ଆତ୍ମହତ୍ୟା ସମାଧାନର ରାସ୍ତା ନୁହେଁ; ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ବିଶ୍ବ ଆତ୍ମହତ୍ୟା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆତ୍ମହତ୍ୟା ସମାଧାନର ରାସ୍ତା ନୁହେଁ, ଏହା ଏକ ଦୁର୍ବଳ ମାନସିକତା। ଆତ୍ମହତ୍ୟା ନିବାରଣ ପାଇଁ ଆମ ସରକାର ରାଜ୍ୟବ୍ୟାପୀ 'ଜୀବନ ଜିନ୍ଦାବାଦ' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଆଜି ଆତ୍ମହତ୍ୟା ନିବାରଣ ଦିବସରେ ଆସନ୍ତୁ ସଂକଳ୍ପ ନେବା - ସମସ୍ଯାକୁ ହରାଇବା, ଜୀବନକୁ ଭଲ ପାଇବା, ଆତ୍ମହତ୍ୟାର ନିବାରଣ ପାଇଁ ବ୍ୟାପକ ସାମାଜିକ ସଚେତନତା ସୃଷ୍ଟି କରିବା ଦିଗରେ ଆମେ ସମସ୍ତେ କାମ କରିବା।

ଏହି ଅବସରରେ ସେ ଆହୁରି କହିଛନ୍ତି, ମୁଁ ସମସ୍ତଙ୍କୁ ବିଶେଷ ଭାବେ ଯୁବ ସମାଜକୁ ନିବେଦନ କରିବି ଯେ ' ବିଶ୍ଵ ନିୟନ୍ତାଙ୍କ ପ୍ରଦତ୍ତ ଜୀବନ ହେଉଛି ଅମୂଲ୍ୟ'। ଜୀବନରେ ଏମିତି କିଛି ସମସ୍ଯା ନାହିଁ, ଯାହାର କୌଣସି ସମାଧାନ ନାହିଁ। ଆପଣ ସମ୍ମୁଖୀନ ହେଉଥିବା ସମସ୍ତ ଛୋଟ ବଡ଼ ସମସ୍ଯାର ସମାଧାନ କରିବା ପାଇଁ ସରକାର ସବୁବେଳେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି। ଯଦି ବ୍ୟକ୍ତିଗତ ସ୍ତରରେ କେହି ବ୍ଲାକମେଲ କିମ୍ବା ହାରାସମେଣ୍ଟ କରୁଛନ୍ତି ତୁରନ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାନ୍ତୁ।

mohan majhi

ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜିର 'ବିଶ୍ଵ ଆତ୍ମହତ୍ୟା ନିବାରଣ ଦିବସ' କେବଳ ଅନ୍ୟ ଦିବସ ପାଳନ କରିବା ପରି ଔପଚାରିକତାରେ ସୀମାବଦ୍ଧ ହେଇ ନ ରହୁ। ଆତ୍ମହତ୍ୟା ସମାଧାନ ନୁହେଁ। ଏହା ପରିବାରକୁ ସବୁଦିନ ପାଇଁ ଅକଥନୀୟ ଦୁଃଖ ଦୁର୍ଦ୍ଦଶା ଦେଇଥାଏ। ଆସନ୍ତୁ, ଆଜିର ଦିନରେ ଆଉଥରେ ସଂକଳ୍ପ ନେବା ଯେ ଜୀବନକୁ ହର୍ଷ ଓ ଉଲ୍ଲାସର ସହ ଉପଭୋଗ କରିବା ଏବଂ ସବୁ ସମସ୍ଯାକୁ ପରିବାର ତଥା ସରକାରଙ୍କ ସହଯୋଗରେ ସମାଧାନ କରି ଆଗକୁ ବଢି଼ବା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+