କ୍ୟାପିଟାଲ ଥାନାରେ ଭିକେ ପାଣ୍ଡିଆନ୍ଙ୍କ ନାଁରେ ଏତଲା
ଭୁବନେଶ୍ବର : ଭିକେ ପାଣ୍ଡିଆନଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଅର୍ଥ ତୋଷରପାତ ଓ ବିପୁଳ କଳା ଟଙ୍କାକୁ ଧଳା କରିବା ନେଇ ଅଭିଯୋଗ କରିଛନ୍ତି ଆଇନଜୀବୀ ସୁଧିର ଚରଣ ମହାନ୍ତି । ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ହୋଇଛି। ଯେପରିକି ଅର୍ଥ ତୋଷରପାତ, ବିପୁଳ କଳା ଟଙ୍କାକୁ ଧଳା କରିବା ଅଭିଯୋଗ, ଖଣି ମାଫିଆଙ୍କଠାରୁ କୋଟି କୋଟି ଟଙ୍କା ଉତ୍କୋଚ ନେବାର ମଧ୍ୟ ଅଭିଯୋଗ ହୋଇଛି। ଏଥିସହିତ ଏକାଧିକ କମ୍ପାନୀକୁ ଅନୁକମ୍ପା ଦେଖାଇବା ଆଦି ଗୁରୁତର ଅଭିଯୋଗ ଏତଲାରେ ଦର୍ଶାଯାଇଛି।

ସେପଟେ ଭିକେ ପାଣ୍ଡିଆନଙ୍କୁ ନେଇ କିଛିଦିନ ପୂର୍ବେ ବଡ଼ ବୟାନ ଦେଇଥିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଥିଲେ, ପାଣ୍ଡିଆନ୍ଙ୍କ ଗସ୍ତ ପାଇଁ ହେଲିପ୍ୟାଡ୍ ନିର୍ମାଣ ହେଉଥିଲା, ଏହାକୁ ନିର୍ମାଣ କରିବାକୁ କିଏ କିଏ ଅନୁମତି ଦେଇଥିଲା। କାହା ଅନୁମତିରେ ସେ ହେଲିକପ୍ଟରରେ ଉଡ଼ୁଥିଲେ। ଜଣେ ସଚିବଙ୍କ ଗସ୍ତ ପାଇଁ କିଏ ଅନୁମତି ଦେଇଥିଲା ସବୁ କିଛିର ତଦନ୍ତ ହୋଇ ଖୁବ୍ଶୀଘ୍ର ଦଣ୍ଡ ବିଧାନର ବ୍ୟବସ୍ଥା ହେବ। ତେବେ ଏହାପୂର୍ବରୁ ବି ପରିବହନ ମନ୍ତ୍ରୀ ବିଭୂତି ଜେନା ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ହେବା ନେଇ କହିଥିଲେ ।












Click it and Unblock the Notifications