୪ ହଜାର ଦୀପରେ ବାଲୁକାକଳା, ଦୀପାବଳି ଓ କାଳୀପୂଜାର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଦୀପାବଳି ଅବସରରେ ଅନ୍ତର୍ଜାତୀୟ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର କୃତି । ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ ।

ପୁରୀ: ଦୀପାବଳି ଅବସରରେ ଅନ୍ତର୍ଜାତୀୟ ବାଲୁକ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସୁନ୍ଦର କୃତି । ୪,୦୪୫ ଦୀପରେ ତିଆରି କଲେ ମାଆ କାଳୀଙ୍କ ମୂର୍ତ୍ତୀ ।

Sudharsan Patnaik

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ବାଲୁକାକଳାରେ ସେ ୪ହଜାର ୪୫ଟି ଦୀପ ବ୍ୟବହାର କରିଛନ୍ତି। ବାଲୁକାକଳା ଜରିଆରେ ସେ ସମାଜରୁ ସମସ୍ତ ନକରାତ୍ମକ ତତ୍ତ୍ବକୁ ନଷ୍ଟ କରିଦେବାକୁ ମା' କାଳୀଙ୍କ ନିକଟରେ ପ୍ରାର୍ଥନା ଜଣାଇଛନ୍ତି। ପୁରୀ ସମୁଦ୍ର କୂଳରେ ମାଆ କାଳୀଙ୍କ ବାଲୁକାକଳା କରିଛନ୍ତି ସୁଦର୍ଶନ। ଏହି ବାଲୁକା କଳା ସହ ଆସ ଆଜି ସବୁ ନକାରାତ୍ମକ ଚିନ୍ତାଧାରାକୁ ଜାଳି ଦେବା ବୋଲି ମେସେଜ୍‌ ଦେଇଛନ୍ତି ସୁଦର୍ଶନ।

ଏହି ବାଲୁକାକଳାର ଉଚ୍ଚତା ୫ ଫିଟ୍‌ ହୋଇଥିବା ବେଳେ ୬ ଟନ୍ ବାଲିରେ ଏହାକୁ ତିଆରି କରାଯାଇଛି। ଏଥିରେ ୪,୦୪୫ ଦୀପ ଖଞ୍ଜାଯାଇଥିବା ସୁଦର୍ଶନ ପଟ୍ଟନାୟକ ସୂଚନା ଦେଇଛନ୍ତି। ବାଲିରେ ମାଆ କାଳୀଙ୍କ ମୂର୍ତ୍ତି ତିଆରି କରିବାକୁ ସୁଦର୍ଶନ ଓ ତାଙ୍କ ଛାତ୍ରଛାତ୍ରୀଙ୍କୁ ୫ ଘଣ୍ଟା ସମୟ ଲାଗିଥିଲା ବୋଲି ସୁଦର୍ଶନ ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+