ବାଲୁକା କଳାରେ ଦ୍ରୌପଦୀଙ୍କୁ ସୁଦର୍ଶନଙ୍କ ଶୁଭେଚ୍ଛା
ପୁରୀ ବେଳାଭୂମିରେ ଦ୍ରୌପଦୀଙ୍କ ବାଳୁକା କଳା ନିର୍ମାଣ କରି ମେରା ଭାରତ ମହାନର ସନ୍ଦେଶ ଦେଇଛନ୍ତି ସୁଦର୍ଶନ । ଏହାସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।
ପୁରୀ: ପୁରୀ ବେଳାଭୂମିରେ ଦ୍ରୌପଦୀଙ୍କ ବାଳୁକା କଳା ନିର୍ମାଣ କରି ମେରା ଭାରତ ମହାନର ସନ୍ଦେଶ ଦେଇଛନ୍ତି ସୁଦର୍ଶନ । ଏହାସହ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭକାମନା ଜଣାଇଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନି ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । କାରଣ ଏନଡିଏ ସମେତ ବିଜେଡି, ଜେଡିୟୁ, ଏଲଜେପି ଓ ୱାଇଏସଆର କଂଗ୍ରେସ ନିଜ ନିଜ ସମର୍ଥନ ଘୋଷଣା କରିଛନ୍ତି । ଏପରି ସ୍ଥଳେ ଓଡିଶାରୁ ପ୍ରଥମ ନାଗରିକ ଭାବେ ଦ୍ରୌପଦୀ ହେବେ ଦେଶର ପରବର୍ତ୍ତୀ ମହାମହିମ । ଯାହା ପ୍ରତ୍ୟେକ ଓଡିଆଙ୍କ ପାଇଁ ଗର୍ବ ଓ ଗୌରବର ମୁହୁର୍ତ୍ତ ।
ରାଜନୈତିକ ଦଳ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ସେ ଓଡିଶାର ଗର୍ବ ବୋଲି ଚର୍ଚ୍ଚା ହେଉଛି । ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥିନୀ ଭାବେ ନାମାଙ୍କନ ଭରିଛନ୍ତି ଦ୍ରୌପଦୀ।












Click it and Unblock the Notifications