ଟମାଟୋରେ ପୃଥିବୀର ସବୁଠାରୁ ବଡ଼ ସାନ୍ତାକ୍ଲଜ୍ ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ
ଆଜି ପବିତ୍ର ବଡ଼ ଦିନ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ
ଭୁବନେଶ୍ୱର: ଆଜି ପବିତ୍ର ବଡ଼ ଦିନ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମି ପରିସରରେ ଟମାଟୋରେ ବିଶ୍ୱର ସର୍ବବୃହତ ସାନ୍ତାକ୍ଳଜ୍ ପ୍ରସ୍ତୁତ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ଗୋପାଳପୁର ବେଳାଭୂମି ମହୋତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ଅବସରରେ ଏହି ବିରଳ କଳାକୃତି ପ୍ରସ୍ତୁତ କରିଛନ୍ତି ସୁଦର୍ଶନ। ଏଥି ସହିତ ସେ ସମସ୍ତଙ୍କୁ ଖ୍ରୀଷ୍ଟମାସର ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ଏହି ବାଲୁକା କଳାକୃତି ବେଶ୍ ଚର୍ଚ୍ଚା ସାଉଁଟିଛି। ଦୀର୍ଘ ୨୨ ବର୍ଷ ପରେ ପୃଥିବୀର ସବୁଠାରୁ ବଡ଼ ଅର୍ଥାତ୍ ୨୭ ଫୁଟ ଉଚ୍ଚତାରେ ୧.୫ ଟନ ଟମାଟୋରେ ସାନ୍ତାକ୍ଲଜ୍ ତିଆରି କରିଛନ୍ତି ସୁଦର୍ଶନ ପଟ୍ଟନାୟକ । ଖ୍ରୀଷ୍ଟ ମାସ ପର୍ବ ଅବସରରେ ଏଭଳି ବିରଳ ବାଲୁକା କଳାକୃତି ତିଆରି କରି ଉଚ୍ଚ ପ୍ରଶଂସା ପାଉଛି। ଏହାକୁ ୧୫ ଜଣ ଛାତ୍ରଛାତ୍ରୀ ଦୁଇ ଦିନ ଧରି ବାଲୁକା ଶିଳ୍ପୀଙ୍କୁ ତିଆରି କରିବାରେ ସହଯୋଗ କରିଛନ୍ତି । ଏହି ସାନ୍ତାକ୍ଳଜକୁ ତିଆରି କରିବା ପାଇଁ ୧୮ ଘଣ୍ଟା ସମୟ ଲାଗିଥିଲା। ବିଶ୍ୱ ରେକର୍ଡରେ ଏହା ସ୍ଥାନ ପାଇବା ନେଇ ଆଶା ରହିଥିବା ସେ କହିଛନ୍ତି।
ଏହି କଳାକୃତିକୁ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ୱି.କିର୍ତ୍ତି ଭାସନ, ବ୍ରହ୍ମପୁର ମହାନଗର ନିଗମର କମିଶନର ଜେ.ସୋନାଲ, ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ପ୍ରଶାସନିକ ଅଧିକାରୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।












Click it and Unblock the Notifications