Get Updates
Get notified of breaking news, exclusive insights, and must-see stories!

ବିଶ୍ୱ ପଖାଳ ଦିବସ: ବାଲୁକା କଳାରେ ପଖାଳ କଂସା

ପୁରୀ ନିଳାଦ୍ରୀ ବିଚ୍ ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା ମାଧ୍ୟମରେ ବିଶ୍ଵ ପଖାଳ ଦିବସର ଶୁଭେଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରତେକ ଓଡିଆ ଏହାକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

Pakhala Divas

ପୁରୀ: ଆଜି ବିଶ୍ବ ପଖାଳ ଦିବସ । ପ୍ରତି ଓଡ଼ିଆଙ୍କର ପସନ୍ଦର ଖାଦ୍ୟ ହେଉଛି ପଖାଳ । ଏହି ଅବସରରେ ପୁରୀ ନିଳାଦ୍ରୀ ବିଚ୍ ରେ ସେ ଏକ ସୁନ୍ଦର ବାଲୁକା ଚିତ୍ର କଳା ମାଧ୍ୟମରେ ବିଶ୍ଵ ପଖାଳ ଦିବସର ଶୁଭେଛା ଜଣାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପ୍ରତେକ ଓଡିଆ ଏହାକୁ ପାଳନ କରିବାକୁ ସେ ଆହ୍ବାନ ଦେଇଛନ୍ତି ।

ସେହିପରି ବିଶ୍ୱ ପଖାଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, 'ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ । ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର । ପଖାଳ ଦିବସରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି ।'

ତେବେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବି ପ୍ରିୟ ଖାଦ୍ୟ ହେଲା ପଖାଳ। ଶ୍ରୀମନ୍ଦିରର ଟଙ୍କ ତୋରାଣି ଏହାର ଏକ ପ୍ରମାଣ। ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଏହି ଟଙ୍କ ତୋରାଣି ରୂପରେ ଭୋଗ ଲାଗି ହୋଇଥାଏ । ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଜଗନ୍ନାଥ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବା ପାଇଁ ଚନ୍ଦନଯାତ୍ରା ସମୟରେ ଦହି ପଖାଳ ମଣୋହି କରି ମଦନମୋହନ ରୂପେ ଚାପ ଖେଳିବା ପାଇଁ ବାହାରନ୍ତି । ପ୍ରତିଦିନ ଶ୍ରୀମନ୍ଦିର ପରିସରରେ ଟଙ୍କ ତୋରାଣି ମିଳିଥାଏ । ଯାହା ମହାପ୍ରସାଦ ପଖାଳରୁ ପ୍ରସ୍ତୁତ ହୋଇଥାଏ ।

Pakhala Divas

ପଖାଳ ଶଦ୍ଦଟି 'ପାଲି' ଭାଷାର 'ପଖାଳିବା' ଶଦ୍ଦରୁ ଆଦୃତ। ଯାହାର ଅର୍ଥ ହେଉଛି ଧୋଇବା। ସଂସ୍କୃତରେ ମଧ୍ୟ ଏହି ଭାଷାର ସାମଞ୍ଜସ୍ୟ ଦେଖିବାକୁ ମିଳେ। ତେବେ ମୋଟ ଉପରେ କହିବାକୁ ଗଲେ ପଖାଳର ଅର୍ଥ ଭାତକୁ ଧୋଇ ସୁସଞ୍ଜିତ କରିବା । ବୈଜ୍ଞାନିକ ପ୍ରମାଣ ଏହାକୁ ସ୍ପଷ୍ଟ କରିଛି ଯେ, ଭାତରେ ପାଣି ପକାଇ ରଖିଲେ ତାହା ଅଧିକ ସମୟ ଧରି ତିଷ୍ଟି ରହେ। ଏହାର ମାଧୁର୍ଯ୍ୟ ବଢିଯାଏ । କାରଣ ସେଥିରେ ଅମ୍ଳିୟ ଗୁଣ ବୃଦ୍ଧି ପାଇଥାଏ ।

କାହିଁକି ପଖାଳ ଦିବସ ? କିଏ କରିଥିଲେ ଆରମ୍ଭ ?

ପଖାଳକୁ ସ୍ବତନ୍ତ୍ର ପରିଚୟ ଦେବା ପାଇଁ ପଖାଳ ଦିବସର ପ୍ରତିଷ୍ଠାତା ଅମରେଶ ଦାସ ୨୦୦୯ ରୁ ଧୀରେ ଧୀରେ କିଛି ବନ୍ଧୁମାନଙ୍କୁ ସହ ଏହି ବିପ୍ଳବ ଆରମ୍ଭ କରିଥିଲେ । ୨୦୧୧ ମାର୍ଚ୍ଚ ୨୦ ତାରିଖରେ ବିପ୍ଳବକୁ ସଫଳତା ମିଳିଥିଲା । ପଖାଳ ସହ ସେଲ୍ଫି ସୋସିଆଲ ମିଡିଆରେ ବେଶ ପପୁଲାର ହୋଇଥିଲା । ସେମାନଙ୍କର ପୋଷ୍ଟ କୁ ଦେଖି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ନିଜର ବାଲୁକା ଶିଳ୍ପ ମଧ୍ୟରେ ଏହାର ପ୍ରଚାର ପ୍ରସାର କରିଥିଲେ । ଧୀରେ ଧୀରେ ଏହି ବିପ୍ଳବ ପୁରା ବିଶ୍ୱକୁ ଛୁଇଁଥିଲା । ଯାହା ଫଳରେ ଆଉ ଆମେ ସମସ୍ତେ ଏବେ ମାର୍ଚ୍ଚ ୨୦ କୁ ପଖାଳ ଦିବସ ରୂପେ ପାଳନ କରୁଛେ । ୨୦୧୧ ମସିହାରେ ପ୍ରଥମ ଥର ପାଇଁ ପଖାଳ ଦିବସ ପାଳନ କରାଯାଇଥିଲା। ଯାହା ଡିଜିଟାଲ ଦୁନିଆରେ ୨୦୧୫ ମସିହାରେ ପଖାଳ ଦିବସ ନେଇ ପ୍ରଥମେ ଟ୍ୱିଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+