Get Updates
Get notified of breaking news, exclusive insights, and must-see stories!

ବାଲୁକା କଳା ମାଧ୍ୟମରେ ଘରେ ଘରେ ତ୍ରିରଙ୍ଗା ଅଭିଯାନର ବାର୍ତ୍ତା ଦେଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ୨ରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଦେଶବ୍ୟାପୀ ଆୟୋଜିତ ହେଉଛି । ପୁରୀ ବେଳାଭୂମିରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଘରେ ଘରେ ତ୍ରିରଙ୍ଗା ବାର୍ତ୍ତା ଉପରେ ଆଧାରିତ ଏକ ଚିତ୍ତାକର୍ଷକ ବାଲୁକା କଳାକୃତି ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ତ୍ରିରଙ୍ଗାକୁ ସମ୍ମାନ ଦେବା ଏବଂ ଏକତା ଓ ଦେଶପ୍ରେମର ନୂତନ ଭାବନାକୁ ପ୍ରସାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ଆହ୍ୱାନ ପ୍ରତିଫଳିତ ହୋଇଛି ।

ଭାରତୀୟ ଜାତୀୟ ପତାକା ଓ ଜାତୀୟ ଗର୍ବର ପ୍ରତୀକାତ୍ମକ ଉପାଦାନଗୁଡ଼ିକୁ ଚିତ୍ରଣ କରୁଥିବା ଏହି ବାଲୁକା କଳା ନାଗରିକମାନଙ୍କୁ ସେମାନଙ୍କ ଘରେ ତିରଙ୍ଗା ଉତ୍ତୋଳନ କରିବା ଏବଂ ଘରେ ଘରେ ତ୍ରିରଙ୍ଗା ଅଭିଯାନରେ ପୂର୍ଣ୍ଣପ୍ରାଣରେ ଅଂଶଗ୍ରହଣ କରିବାକୁ ବାର୍ତ୍ତା ଦେଉଛି। ନିଜର କଳାକୃତି ମାଧ୍ୟମରେ ଶ୍ରୀ ପଟ୍ଟନାୟକ ଭାରତର ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନକୁ ସମ୍ମାନ ଜଣାଇବା ଏବଂ ଏକ ସାର୍ବଭୌମ ରାଷ୍ଟ୍ରର ସଫଳତାକୁ ପାଳନ କରିବାରେ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଛନ୍ତି।

Sudarsan Pattnaik

ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଆମର ପରିଚୟ। ଏହା ଆମ ଏକତା ଏବଂ ଗର୍ବର ପ୍ରତୀକ। ଏହି ବାଲୁକା କଳା ମାଧ୍ୟମରେ ମୁଁ ପ୍ରତ୍ୟେକ ଭାରତୀୟଙ୍କୁ ଘରେ ଘରେ ତ୍ରିରଙ୍ଗା ଆନ୍ଦୋଳନରେ ଯୋଗଦେବା ଏବଂ ଏକତା ଭାବନା ନେଇ ସ୍ୱାଧୀନତା ଦିବସ ପାଳନ କରିବାକୁ ଉତ୍ସାହିତ କରିବାକୁ ଚାହୁଁଛି।

ଏହି ଅବସରରେ, ଅନେକ ପର୍ଯ୍ୟଟକ, ବେଳାଭୂମି ଜୀବନରକ୍ଷକ, ବିକ୍ରେତା ଏବଂ ସ୍ଥାନୀୟ ବାସିନ୍ଦା ବାଲୁକା କଳାକୃତି ଚାରିପାଖରେ ଏକତ୍ରିତ ହୋଇ ଗର୍ବର ସହିତ ଜାତୀୟ ପତାକା ଧରି ଘରେ ଘରେ ତ୍ରିରଙ୍ଗାର ସ୍ଲୋଗାନ ଦେଇଥିଲେ। ସମାଜର ବିଭିନ୍ନ ବର୍ଗର ଲୋକମାନେ ଦେଶ ପ୍ରତି ସେମାନଙ୍କର ପ୍ରେମ ଓ ସମ୍ମାନ ପ୍ରଦର୍ଶନ କରିବା ପାଇଁ ଏଠାରେ ଏକାଠି ହୋଇଥିଲେ। ଏହି କଳାକୃତିର ପ୍ରଭାବଶାଳୀ ବାର୍ତ୍ତା ଏବଂ ନିଖୁଣ କାରୁକାର୍ଯ୍ୟକୁ ଦେଖଣାହାରୀ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀ ଉଚ୍ଚପ୍ରଶଂସା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+