ପୁରୀ ବେଳାଭୂମିରେ ଚନ୍ଦ୍ରୟାନ-୩କୁ ନେଇ ସୁଦର୍ଶନ ପଟ୍ଟନାୟକଙ୍କ ଚମତ୍କାର ବାଲୁକା କଳାକୃତି; ଦେଲେ ' ବିଜୟ ଭବ' ର ସନ୍ଦେଶ

ଗୋଟିଏ ପଟେ ସମଗ୍ର ଦେଶ ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣକୁ ଅପେକ୍ଷା କରିଛି । ଚନ୍ଦ୍ରୟାନ-୩ ମିଶନ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ଏହାର ଠିକ ପୂର୍ବରୁ, ପ୍ରସିଦ୍ଧ ଆନ୍ତର୍ଜାତୀୟ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଚନ୍ଦ୍ରୟାନ-୩ ର ଚମତ୍କାର ବାଲୁକା କଳା ନିର୍ମାଣ କରିଛନ୍ତି।

500 ଇସ୍ପାତ ପାତ୍ର ବ୍ୟବହାର କରି ତାଙ୍କୁ ଓଡ଼ିଶାର ପୁରୀ ବେଳାଭୂମିରେ "ବିଜୟ ଭବ" ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଛନ୍ତି। ଏହାର ଲମ୍ବ ୨୨ ଫୁଟ । ଏଥିରେ ସେ 15 ଟନ୍ ବାଲି ବ୍ୟବହାର କରିଛନ୍ତି । ଚନ୍ଦ୍ରାୟନ -3 ମିଶନ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଠାରୁ ଜୁଲାଇ 14 ଶୁକ୍ରବାର ଦିନ ଅପରାହ୍ନ 2:35 ସମୟରେ ଲଞ୍ଚ ହେବ ।

CHANDRAYAAN 3

ତେବେ ଏଥର ଚନ୍ଦ୍ରୟାନ-୩ ଚନ୍ଦ୍ରରେ ଅବତରଣ କରିବା ପରେ ଏହା ଚନ୍ଦ୍ରପୃଷ୍ଠର ଉପର ସ୍ତର ମୃତ୍ତିକାର ଭୌତିକ ଗୁଣ ଉପରେ ଅନୁଧ୍ୟାନ କରିବ। ପୃଥିବୀରେ ଭୂକମ୍ପ ପରି ଚନ୍ଦ୍ରରେ କିପରି କମ୍ପନ ହୁଏ ତାହା ଉପରେ ଅନୁଧ୍ୟାନ କରିବ । ତା'ର ପୃଷ୍ଠୀୟ ପରିବେଶ ଓ ପୃଷ୍ଠୀୟ ଗାଠନିକ ଉପାଦାନଗୁଡ଼ିକ ଉପରେ ମଧ୍ୟ ବିଶ୍ଳେଷଣ କରିବ । ବେଙ୍ଗାଲୁରୁ ସ୍ଥିତ ୟୁଆର୍ ରାଓ ସାଟେଲାଇଟ ସେଣ୍ଟର ବା URSCରେ ଏହି କାର୍ଯ୍ୟ ଚାଲିଛି ।

ସୂଚନାଥାଉ କି, ୨୦୦୮ରେ ଭାରତର ପ୍ରଥମ ମୁନ୍ ମିଶନ ଥିଲା ଚନ୍ଦ୍ରୟାନ-୧ । ଏଥିରେ କେବଳ ଏକ ଅର୍ବିଟର ଚନ୍ଦ୍ର ନିକଟକୁ ଯାଇ ତା ଚାରିପଟେ ବୁଲିଥିଲା । ଏହାପରେ ୨୦୧୯ରେ ଆଂଶିକ ସଫଳ ହୋଇଥିଲା ଇସ୍ରୋର ଚନ୍ଦ୍ରୟାନ-୨ ମିଶନ୍ । ଅର୍ବିଟର ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ସ୍ଥାପିତ ହୋଇଥିଲେ ବି, ଲ୍ୟାଣ୍ଡର ବିକ୍ରମର ସଫ୍ଟଲ୍ୟାଣ୍ଡିଂ ସମ୍ଭବ ହୋଇପାରି ନଥିଲା । କ୍ରାଶ୍-ଲ୍ୟାଣ୍ଡିଂ ଯୋଗୁଁ ଅଧୁରା ରହିଯାଇ ଥିଲା ଚନ୍ଦ୍ରପୃଷ୍ଠରେ ରୋଭର୍ ଗଡ଼ାଇବା ସ୍ୱପ୍ନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+