ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିଶାଇଲ୍ର ସଫଳ ପରୀକ୍ଷଣ, ଶୁଭେଚ୍ଛା ଜଣାଇଲେ ପ୍ରତିରକ୍ଷା ମନ୍ତ୍ରୀ
ବାଲେଶ୍ବର ଜିଲା ଚାନ୍ଦିପୁର ଡିଆରଡିଓ ଅଧିନସ୍ଥ ଧାମରା ସ୍ଥିତ ଅବଦୁଲ କଲାମ ଦ୍ବୀପରୁ ସ୍ମାର୍ଟ-୩ ଆଣ୍ଟି ସବମେରାଇନ ମିସାଇଲର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୮ଟା ୩୫ ମିନିଟରେ ଏହାର ପରୀକ୍ଷଣ ହୋଇଥିବା ଜଣାଯାଇଛି।

ଡିଆରଡିଓ ପ୍ରସ୍ତୁତ ଏହି ମିସାଇଲର ୬୩୪ କିଲୋମିଟର ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା ରହିଛି। ଶତ୍ରୁପକ୍ଷର ସମସ୍ତ ଟାର୍ଗେଟକୁ ଏହା ଧ୍ୱଂସ କରିବାରେ ସକ୍ଷମ ବୋଲି ସୂଚନା ମିଳିଛି।
ଏହି କ୍ଷେପଣାସ୍ତ୍ର ଏକ ଗ୍ରାଉଣ୍ଡ ମୋବାଇଲ୍ ଲଞ୍ଚରରୁ ଉତକ୍ଷେପଣ କରାଯାଇଥିଲା। ଏହି ପରୀକ୍ଷଣରେ ଇଜେକ୍ସନ୍ ଏବଂ ବେଗ ନିୟନ୍ତ୍ରଣ ଭଳି ଅନେକ ଅତ୍ୟାଧୁନିକ ଯନ୍ତ୍ରିକ ନିର୍ମିତ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡ଼ିଆରଡିଓ ଏବଂ ଶିଳ୍ପ ଭାଗୀଦାରୀଙ୍କୁ 'SMART' ର ସଫଳ ପରୀକ୍ଷଣ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ବ୍ୟବସ୍ଥାର ବିକାଶ ଆମ ନୌସେନା ଶକ୍ତି ଆହୁରି ବଢିଇଛି।












Click it and Unblock the Notifications